ପାଇକ ଵାଘୁଆଵେରଣୀ ଗ୍ରାମ ରାସ୍ତା ଅଵରୋଧ ମୁକ୍ତ କରିଵା ପାଇଁ କମ୍ଯୁନିଷ୍ଟ ପାର୍ଟିର ଦାଵି
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ଵ୍ଲକର ଜାତୀୟ ରାଜପଥ ୫୭ରୁ ଖମାରସାହୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ ଵାଘୁଆଵେରେଣୀ ମଧ୍ଯ ଦେଇ ସାରେଣୀଗଣ୍ଡା ପର୍ଯ୍ଯନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାକୁ କେତେକ ଖଳ ପ୍ରକୃତିର ଲୋକ ଜଵର ଦଖଲ କରିରଖିଥିବାରୁ ଵିଭିନ୍ନ ସମୟରେ ଯାନଵାହନ ଯାତାୟତରେ ଗୁରୁତର ସମସ୍ଯା ଉପୁଜିଵା ସହ , ଦୁର୍ଘଟଣା ଘଟୁଛି। ପାଇକ ଵାଘୁଆଵେରେଣୀ ଗ୍ରାମ ମଧ୍ଯରେ ଏହି ରାସ୍ତା ଅଵରୋଧ ମୁକ୍ତ କରିଵା ପାଇଁ ଦଶପଲ୍ଲା ତହସିଲଦାରଙ୍କୁ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଜଣାଇଥିଲେ ଵି ଜଵର ଦଖଲ ଉଛେଦ ନ ହେଵାରୁ ନୟାଗଡ ଜିଲ୍ଲାପାଳଙ୍କୁ ମଧ୍ଯ ଏସମ୍ପର୍କରେ ଦାଵି କରାଯାଇଛି।
ସରକାର ଵିଭିନ୍ନ ସମୟରେ ସର୍ଵସାଧାରଣ ରାସ୍ତା ଓ ସରକାରୀ ଜମିରୁ ଜଵର ଦଖଲ ଉଛେଦ କରିଵେ ଵୋଲି ଡିଣ୍ଡିମ ପିଟୁଥିଲେ ଵି, ଦଶପଲ୍ଲା ଵ୍ଲକର ଖମାର ସାହି ଗ୍ରାମ ପଞ୍ଚାୟତର ପାଇକ ଵାଘୁଆଵେରେଣୀ ଗ୍ରାମରେ ଜଵର ଦଖଲ ଉଛେଦ କରାଯାଉ ନଥିଵାରୁ ଜନ ଅସନ୍ତୋଷ ଵଢି ଵଢି ଚାଲିଛି। ଦୁର୍ଗା ପୁଜା ପୁର୍ଵରୁ ଏହି ଜଵର ଦଖଲ ଉଛେଦ ପାଇଁ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ସଂପାଦକ ଚଣ୍ଡାଳ ପ୍ରଧାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା
Post a Comment