ତୋଟାରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର
କଟକ(ମଣିଭଦ୍ରା ଖବର) କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଅରଣ୍ଡା ନାଗାତୋଟା ଠାରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର କରିଛି ବଡମ୍ବା ପୋଲିସ । ଏହା ଏକ ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ ।
ମୃତକ ଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ପହଁଚି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିପାରିବ ବୋଲି ଆଲୋଚନା ହେଉଛି ।
ମାନସ କୁମାର ସାହୁ, କଟକ
Post a Comment