ଯୌତୁକ ଉତ୍ପୀଡ଼ନ ମାମଲାରେ ସାବଧାନ ରୁହନ୍ତୁ, ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
(ମଣିଭଦ୍ରା ଖବର) ସବୁଠୁ ଅଧିକ ଦୁରୁପଯୋଗ ହେଉଥିବା ୨-୪ଟି ଆଇନ ନାଁ ଯଦି ପଚରାଯାଏ, ତବେ ଯୌତୁକ ଉତ୍ପୀଡ଼ିନ ସହ ଜଡ଼ିତ ଆଇନ ନିଶ୍ଚିତ ସୂଚୀରେ ରହିବ । ଏହି ଆଇନକୁ ସ୍ୱାମୀ ଏବଂ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ବିରୋଧରେ ହତିଆର ରୂପେ ବ୍ୟବହାର କରାଯାଉଛି । ଅପରାଧ କାହାର ବି ହେଉ ନାହିଁ କାହିଁକି କିନ୍ତୁ ଘରର ପ୍ରତ୍ୟକ ସାବାଳକଙ୍କୁ ଅଭିଯୁକ୍ତ କରାଯାଏ ।
ଜାମିନ ମିଳିବା ମଧ୍ୟ ମୁସ୍କିଲ ହୋଇଯାଏ । ଆଇନର ଦୁରୁପଯୋଗକୁ ନେଇ ସମୟ-ସମୟରେ କୋର୍ଟ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଏହିପରି ଏକ ମାମଲାରେ ଅଭିଯୁକ୍ତକୁ ଦୋଷମୁକ୍ତ କରି ବଡ଼ ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନ କିମ୍ୱା ଯୌତୁକ ହତ୍ୟା ସହ ଜଡ଼ିତ ମାମଲାରେ ସତର୍କ ରହିବେ । କୌଣସି ନିର୍ଦ୍ଦୋଷ ଯେପରି ହଇରାଣ ନହୁଏ ତାହା ଧ୍ୟାନ ରଖିବା ଦରକାର ।
ସୁପ୍ରିମକୋର୍ଟ ସାରା ଦେଶରେ ଅଦାଲତଗୁଡ଼ିକୁ ଯୌତୁକ ଉତ୍ପୀଡ଼ନ ମାମଲାରେ ସତର୍କ ରହିବା ଦରକାର ବୋଲି କହିଛନ୍ତି । ଅଧିକାଂଶ ସମୟରେ ଏହି ମାମଲାରେ ସ୍ୱାମୀ ଅଭିଯୁକ୍ତ ଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଫସା ଯାଉଛି । ସୁପ୍ରିମକୋର୍ଟ ଏହା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନର ଅନେକ ମାମଲାରେ ଅଭିଯୋଗକୁ ବଡ଼ କରି ଦେଖାଯାଇଥାଏ । ଏପରି ସ୍ଥଳେ କୋର୍ଟ ଏହିପରି ମାମଲାରେ ସତର୍କ ରହିବା ଦରକାର, ଫଳରେ ନିର୍ଦ୍ଦୋଷ ହଇରାଣ ହେବ ନାହିଁ । ଜଷ୍ଟିସ୍ ସିଟି ରବିକୁମାର ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଯୌତୁକ ମୃତ୍ୟୁର ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି ଏହି କଥା କହିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment