ବାତ୍ୟା ବେଳେ ବନ୍ଧୁ ଭଳି ଛିଡାହେଲେ ନୂଆ ବିଧାୟକ ବିଜୟ ନନ୍ଦନ
ଭୁବନେଶ୍ଵର (ମଣିଭଦ୍ରା ଖବର) ଟଳି ଯାଇଛି ବାତ୍ୟା , ଯାହାର ପ୍ରଭାବ ରେ ପ୍ରବଳ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା | ବାତ୍ୟା ଦାନା ପାଇଁ ଆମ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ସହିତ ଜିଲ୍ଲାର ସମସ୍ତ ବିଭାଗକୁ ଆଲର୍ଟ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶ ଥିଲା | ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ କେତେ ସଜାଗ ରହିଛି ଏବଂ ସମସ୍ତ ପରିଚାଳନା ଗତ ପ୍ରକ୍ରିୟା ସଠିକ ଭାବରେ କରାଯାଉଛି କି ନାହିଁ ତାହା ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ର ବିଧାୟକ ମାନେ ଜିଲ୍ଲା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ପହଁଚି ସମୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା |
ଏସବୁ ଭିତରେ ପାଟକୁରା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଯିଏକି ବିଜୟ ନନ୍ଦନ ଭାବେ ପରିଚିତ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ନିଜ ବାପା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ଙ୍କ ଭଳି ନିଜ ନିର୍ବାଚନ ମଣ୍ଡଳୀ ର ତିନିଗୋଟି ବ୍ଲକ ( ଗରଦପୁର, ଡେରାବିଶ, ମାର୍ଶାଘାଇ ) କୁ ଘନ ଘନ ଗ୍ରସ୍ତ କରି ବିଡ଼ିଓ ମାନଙ୍କ ସହ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ସମସ୍ତ ପ୍ରସ୍ତୁତି ସମ୍ପର୍କ ରେ ପ୍ରତ୍ୟକ୍ଷ ଭାବରେ ବୁଝିବା ସହ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ କୁ ଗ୍ରସ୍ତ କରି ସାଧାରଣ ଲୋକ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କ ରେ ବୁଝିବା ସହ ବାତ୍ୟା ମୁକାବିଲା ପାଇଁ ଲୋକ ମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା | କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ କୃପାରୁ ପାଟକୁରା ନିର୍ବାଚନ ମଣ୍ଡଳୀ ରେ ବାତ୍ୟା ଦାନା ରେ ବିଶେଷ କ୍ଷୟକ୍ଷତି ହୋଇ ନଥିଲା | ବିଧାୟକ ଶ୍ରୀ ମହାପାତ୍ର ବାତ୍ୟା ପରେ ପୁନଶ୍ଚ ନିର୍ବାଚନ ମଣ୍ଡଳୀର ଅନେକ ଅଞ୍ଚଳ କୁ ଗ୍ରସ୍ତ କରି କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ଭେଟିବା ସହ ବାତ୍ୟାର ପ୍ରଭାବ ରେ କେଉଁ କେଉଁ ସ୍ଥାନ ରେ ଫସଲ ହାନୀ ହେବା ସହ ବର୍ଷାରେ ଜଳବନ୍ଦୀ ଲୋକ ମାନଙ୍କ ପାଖରେ ପହଁଚି ସେମାନଙ୍କ ଅବସ୍ଥା ବିଷୟରେ ବୁଝୁଥିବା ଦେଖାଯାଇଥିଲା | ନବ ନିର୍ବାଚିତ ବିଧାୟକ ଅରବିନ୍ଦ ମହାପାତ୍ର ଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସ୍ଥାନୀୟ ପାଟକୁରା ଅଞ୍ଚଳବାସୀ ଙ୍କ ପକ୍ଷରୁ ବେଶ ପ୍ରଶଂସା କରାଯାଉଥିବା ବେଳେ , ପିତା ଗୁଣେ ପୁତ୍ର ବୋଲି ବିଭିନ୍ନ ଛକ ବଜାର ରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି |
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment