ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହେଲେ ଗର୍ଭବତୀ ମହିଳା
ଗଣିଆ (ମଣିଭଦ୍ରା ଖବର) ବାତ୍ୟା ପାଇଁ ସତର୍କତା ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ତରଫରୁ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ବୁଝିବାକୁ ପରାମର୍ଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସଙ୍କ ନିର୍ଦ୍ଦେଶରେ ଜଣେ ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଛାମୁଣ୍ଡିଆ ପଞ୍ଚାୟତ ଇଶ୍ବରପୁର ଗ୍ରାମର ସଚିନ ଦଳେଇଙ୍କ ସ୍ତ୍ରୀ ସାଗରିକା ଦଳେଇ ଗର୍ଭବତୀ ଥିବା ବେଳେ ତାଙ୍କର ସୁରକ୍ଷା ଦୃଷ୍ଟିରୁ ବିଭାଗ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟା ସମୟରେ ଯଦି ପ୍ରସବ ଯନ୍ତ୍ରଣା ହୁଏ ତେବେ ସଙ୍ଗେ ସଙ୍ଗେ ମେଡିକାଲ ଆଣିବା ସମ୍ଭବପର ନଥିବାରୁ ତାଙ୍କୁ ଆଗୁଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଜଣାଇଛନ୍ତି । ତେବେ ଗଣିଆରେ ଅନ୍ୟ ଜଣେ ଗର୍ଭବତୀ ମହିଳା ଖଣ୍ଡପଡ଼ା ସ୍ଥାନାନ୍ତର ହୋଇଥିବା ସେ ପ୍ରକାଶ କରିଛନ୍ତି । ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ବୋଲି ସେ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق