BREAKING
Loading...
:

ମଣିଭଦ୍ରା ଖବରର ମହାପ୍ରଭାବ,ଖବର ପ୍ରକାଶନ ପରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ଗେଟ୍ ନିର୍ମାଣ

 ମଣିଭଦ୍ରା ଖବରର ମହାପ୍ରଭାବ,ଖବର ପ୍ରକାଶନ ପରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ଗେଟ୍ ନିର୍ମାଣ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା କାକୁଡିଖୋଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରବେଶ ପଥରେ ଏକ ଗେଟ୍ ନିର୍ମାଣ କରାଯାଇଥିଲା । କିନ୍ତୁ ଠିକାଦାର ଉକ୍ତ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର ତିଆରି କରିବା ଯୋଗୁଁ ଗୋଟିଏ ହାଇଓ୍ବା ଧକ୍କାରେ ଉକ୍ତ ଗେଟ ଭାଙ୍ଗିଯିବା ସହିତ ଗୋଟିଏ ପଟକୁ ଦବି ଯାଇଥିଲା । ଫଳରେ ଉକ୍ତ ଗେଟକୁ ସଂପୂର୍ଣ୍ଣ ଭଙ୍ଗାଯାଇ ନୂତନ ଗେଟ୍ ନିର୍ମାଣ ପାଇଁ ପ୍ରବେଶ ପଥରେ ଦୁଇଟି ବିରାଟ ଗାତ ଖୋଳିଦେଇ ଠିକାଦାର ଚୁପ୍ ବସି ରହିଥିଲେ । ତେବେ ଗତ ୨୭ ତାରିଖରେ ଏ ନେଇ ମଣିଭଦ୍ରା ଖବରରେ "ମରଣଯନ୍ତା ପାଲଟିଛି ଆଦର୍ଶ ବିଦ୍ୟାଳୟର ପ୍ରବେଶ ପଥ, ଖାଲ ଖୋଳିଦେଇ ଠିକାଦାର ଚୁପ୍" ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ହେବା ପରେ ଗେଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । 

ଖୋଳା ଯାଇଥିବା ଗାତରେ ଛଡ ବନ୍ଧା ସରିଥିବା ବେଳେ ତୁରନ୍ତ ଗେଟ୍ ନିର୍ମାଣ କାର୍ଯ୍ୟ ସାରିବାକୁ ନୂତନ ଠିକାଦାର ପ୍ରତିଶୃତି ଦେଇଛନ୍ତି । ଏପରିକି ପୂର୍ବ ଠିକାଦାର କରିଥିବା କାର୍ଯ୍ୟ ଅପେକ୍ଷା ନୂତନ କାର୍ଯ୍ୟ ଅତ୍ୟନ୍ତ ଉନ୍ନତ ମାନର ହେବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଅଞ୍ଚଳବାସୀ ମଣିଭଦ୍ରା ଖବରକୁ ଧନ୍ୟବାଦ ପ୍ରଦାନ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS