*ଆର୍. ସି. କଲେଜ୍ ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ*
ଗଣିଆ (ମଣିଭଦ୍ରା ଖବର) ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଓ ପୂର୍ବତନ ସଶକ୍ତ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ଡଃ ଆର୍.ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଆନୁକୁଲ୍ୟରେ ନେହେରୁ ଯୁବ କେନ୍ଦ୍ର ର ସହଯୋଗ ରେ ଜନ୍ମ ଜୟନ୍ତୀ ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣିଆ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ଓ ସମ୍ମାନନୀୟ ଅତିଥି ଭାବେ ମହାବିଦ୍ୟାଳୟ ର ସମ୍ପାଦକ ଶ୍ରୀମାନ୍ ଏଲ୍ଡାଡ କିଣ୍ଡସେଥ ମହୋଦୟ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ପ୍ରତିବିମ୍ବ ରେ ପୁଷ୍ପମାଲ୍ୟ ଓ ସୁଗନ୍ଧିତ ଧୂପ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଏହାପରେ ସମ୍ମାନନୀୟ ଅତିଥି ଶ୍ରୀମାନ୍ ଏଲ୍ଡାଡ କିଣ୍ଡସେଥ ମହୋଦୟ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୀବନ ଦର୍ଶନ ର ବର୍ଣ୍ଣନା କରିବା ସହ ଅନେକ ଶିକ୍ଷଣୀୟ ତଥ୍ୟ ଛାତ୍ର ଛାତ୍ରୀ ମାନଙ୍କ ଆଗରେ ରଖିଥିଲେ ଓ ମୁଖ୍ୟ ଅତିଥି ଗାନ୍ଧିଜୀ ଙ୍କ ସରଳ ଜୀବନ ଶୈଳୀ ସମ୍ବନ୍ଧ ରେ ଯୁବ ବର୍ଗଙ୍କୁ ପ୍ରେରଣା ଦେଇଥିଲେ ଏବଂ ପରେ ସମାଜବିଜ୍ଞାନ ର ଅଧ୍ୟାପକ ଆଶିଷ ଗୁରୁଜୀ, ପ୍ରାଣୀବିଜ୍ଞାନ ର ଅଧ୍ୟାପକ ସୋମନାଥ ଗୁରୁଜୀ ଓ ଓଡ଼ିଆ ସାହିତ୍ୟ ଅଧ୍ୟାପକ ଜିତେନ୍ ଗୁରୁଜୀ ଯୁବ ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଦେଇଥିଲେ।
ଏଥିସହିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗାନ୍ଧିଜୀ ଙ୍କ ଜୀବନ ଆଦର୍ଶ କୁ ନେଇ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରି ବିଜେତା ମାନଙ୍କୁ ମାନପତ୍ର ବିତରଣ କରାଯାଇଥିଲା। ଭାଷଣ ପ୍ରତିଯୋଗିତା ରେ ୧ମ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ରୀ ବର୍ଷାରାଣୀ ସାହୁ, ୨ୟ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ରୀ ସ୍ମରଣିକା ହୋତା, ୩ୟ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ର ଶୁଭମ୍ ସାହୁ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ରେ ୧ମ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ର ଜ୍ଞାନରଞ୍ଜନ ରଣା, ୨ୟ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ରୀ ମିନାକ୍ଷୀ ନାୟକ, ୩ୟ ସ୍ଥାନ ଅଧିକାର କରିଥିଲେ ଯୁକ୍ତ ୨ ପ୍ରଥମ ବର୍ଷ ର ଛାତ୍ର ସୌମ୍ୟ ରଞ୍ଜନ ବିଶ୍ଵାଳ। ପରିଶେଷ ରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଅତିଥି ବୃନ୍ଦ, ଶିକ୍ଷକ ଗଣ ଓ ଛାତ୍ର ଛାତ୍ରୀ ମାନେ ଏକତ୍ର ଗଣିଆ ଅଭିମୁଖେ ଯାତ୍ରା କରି ଗଣିଆ ର ଗାନ୍ଧି ଛକ ରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ନିଜ ସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment