BREAKING
Loading...
:

ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ ଉଦଘାଟିତ । ଭାଷା,ସାହିତ୍ୟ,ସଂସ୍କୃତି,ଲୋକକଳା ଓ ପର୍ଯ୍ୟଟନର ଦିଶିଲା ଝଲକ

 ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ ଉଦଘାଟିତ । ଭାଷା,ସାହିତ୍ୟ,ସଂସ୍କୃତି,ଲୋକକଳା ଓ ପର୍ଯ୍ୟଟନର ଦିଶିଲା ଝଲକ 

ବ୍ରହ୍ମପୁର(ମଣିଭଦ୍ରା ଖବର) ପର୍ଯ୍ୟଟନ ଭାରତ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଶନିବାର ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ । ମହୋତ୍ସବ ରେ ଭାଷା,ସାହିତ୍ୟ,ସଂସ୍କୃତି,ଲୋକକଳା ଓ ପର୍ଯ୍ୟଟନର ମିଳିତ ସମାବେଶର ଝଲକ ମଞ୍ଚରେ ଦେଖିବକୁ ମିଳିଥିଲା ।କାର୍ଯ୍ୟକ୍ରମର ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଶତାଧିକ କବି,କବିୟତ୍ରୀ ମାନଙ୍କ କବିତା ଆସର ହୋଇଥିଲା । କବି ମିହୀର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କାର୍ତ୍ତିକ ପାଣିଗ୍ରାହୀ,ସିବାନନ୍ଦ ବାରିକ,ସୁପ୍ରିଜିତ ସାହୁ,ସୁଧୀର ପଣ୍ଡା,ରତ୍ନାକର ସିଅ ଓ ସାଗରିକା ଆଚାର୍ଯ୍ୟ ପ୍ରମୁଖଙ୍କ ସହ ବହୁ ଉଦଘୋଷକ କବିତା ସଂଯୋଜନା କରିଥିଲେ ।

ଅପରାହ୍ନରେ କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା"ଓଡିଶା ପ୍ରଦେଶ ଓ ଓଡ଼ିଆ ଅସ୍ମିତା" ବିଷୟ ସମ୍ବଳିତ ସାହିତ୍ୟ ଆଲୋଚନା ଚକ୍ର । ଆଲୋଚନା ଚକ୍ରରେ ଡ଼. କୁଳମଣି ଓଝା,ଡ଼. ଲମ୍ବୋଦର ପାଣିଗ୍ରାହୀ, ଅନିଲ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ରହି ଆଲୋଚନା ଚକ୍ରକୁ ନିଜର ଓଜସ୍ବନୀ ଭାଷା ମାଧ୍ୟମରେ ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ଅବସରରେ  ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଓ ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରିୟବ୍ରତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କବି,କବିୟତ୍ରୀ ଓ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବକ୍ତୃକ୍ତା,ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବର ପ୍ରଥମ ଦିବସର ଆନୁଷ୍ଠାନିକ ଉଦଘାଟନ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ମୂଖ୍ୟ ତଥା ପର୍ଯ୍ୟଟନ ଭାରତର ପରିଚାଳନା ନିର୍ଦ୍ଦେଶକ ନାରାୟଣ ମହାଙ୍କୁଡ଼ଙ୍କ ସଂଯୋଜନା ଏବଂ କାର୍ଯ୍ୟକ୍ରମ ର ସଭାପତି ରବି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୂଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର  ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ସୋରଡା ବିଧାୟକ ନୀଳମଣି ବିଷୋୟୀ,,ଡିଆଜି ଡ଼. ସାର୍ଥକ ଷଡଙ୍ଗୀ,ମେୟର ସଂଘମିତ୍ରା ଦଳେଇ,ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମାଜସେବୀ ସୁବାସ ମହାରଣା,ଡା.ତିରୁପତି ସାହୁ, ଇଂ.ଜାମିନି କାନ୍ତ ଦାସ,କାଳୁ ଚରଣ ସାହୁ,ଶିବରାମ ରେଡ୍ଡୀ କାର୍ଯ୍ୟକ୍ରମ ରେ  ଉପସ୍ଥିତ ଥିଲେ । ପ୍ରଥମ ଦିବସ କାର୍ଯ୍ୟକ୍ରମ ଶେଷରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ନାଟ୍ୟକାର ଡା.ମିହୀର କୁମାର ତ୍ରିପାଠୀ ଙ୍କ ରଚିତ ଓ ରବି ନାରାୟଣ ବେହରାଙ୍କ ନିର୍ଦ୍ଦେଶିତ ହାସ୍ୟ ବ୍ୟଙ୍ଗ ନାଟକ"ଉଦଘାଟନ" ମଂଚସ୍ଥ ହୋଇଯାଇଛି ।  ଅନିଲ କୁମାର ପାତ୍ର,ରାଜଗୋପାଳ ପାଢ଼ୀ,ଗୋପାଳ ପଟ୍ଟନାୟକ, କୈଳାସ ପାଣିଗ୍ରାହୀ, ସରୋଜ ପଣ୍ଡା ,ପ୍ରଦୀପ ନାହାକ, ଦୀପିକା ଦାସ,ଜ୍ଞାନେନ୍ଦ୍ର ପଣ୍ଡା,ଚନ୍ଦ୍ରକଳା ପ୍ରମୂଖ ଙ୍କ ସହ ଅନେକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ  ମଣି ଭଦ୍ରା ଖବର।

Post a Comment

Previous Post Next Post
Header ADS