BREAKING
Loading...
:

ମନ କି ବାତରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

 ମନ କି ବାତରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ 


(ମଣିଭଦ୍ରା ଖବର) ଆଜି ‘ମନ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ୩ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ ଦେଖାଇ ସଚେତନ କରିଛନ୍ତି । କହିଛନ୍ତି ଫ୍ରଡ୍‌ କଲ୍ ଆସିଲେ ଧୈର୍ଯ୍ୟ ଧରିବା ସହ ସ୍ଥିତି ନୀରିକ୍ଷଣ କରିବା ସହ ପଦକ୍ଷେପ ନିଅନ୍ତୁ।*


*କେମିତି କାମ କରନ୍ତି ଫ୍ରଡ୍ ଗ୍ୟାଙ୍ଗ୍?*


- *ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରଥାନ୍ତି*

- *ପୁରା ପରିବାରର ତଥ୍ୟ ନେଇଥାନ୍ତି*

- *ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରନ୍ତି*

- *ଫୋନରେ କଥା ହେବା ବେଳେ ଲୋକଙ୍କୁ ଭୟଭୀତ କରନ୍ତି*

- *ଗିରଫ କରିବାର ଭୟ ଦେଖାଇଥାନ୍ତି* 

- *ଲୋକେ ଡରିଯାଇ ଲକ୍ଷାଧିକ ଟଙ୍କା ହରାଉଛନ୍ତି*


*କେମିତି ରହିବେ ସୁରକ୍ଷିତ?*


- *କୌଣସି କଲ୍ ଆସିଲେ ଭୟ ନକରି ଶାନ୍ତ ରୁହନ୍ତୁ*

- *ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ*

- *କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ*

- *ସ୍କ୍ରିନସଟ୍ ନିଅନ୍ତୁ ନଚେତ୍ କଲ ରେକର୍ଡ କରନ୍ତୁ*

- *ସରକାରୀ ଅଧିକାରୀ ଫୋନ୍ କଲ କିମ୍ବା ଭିଡିଓ କଲରେ ପଚରାଉଚରା କରନ୍ତୁ ନାହିଁ*

- *ଆପଣଙ୍କଠାରୁ ଫୋନ୍ କରି ଟଙ୍କା ମାଗନ୍ତି ନାହିଁ*

- *ଆପଣଙ୍କୁ ଫୋନ୍ ମାଧ୍ୟମରେ ଧମକାନ୍ତି ନାହିଁ*

- *ରାଷ୍ଟ୍ରୀୟ ସାଇବର ହେଲ୍‌ପ ଲାଇନ୍‌ର ସାହଯ୍ୟ ନିଅନ୍ତୁ*

- *ତୁରନ୍ତ ୧୯୩୦ ନମ୍ବରକୁ କଲ୍ କରନ୍ତୁ*

- *ସାଇବର କ୍ରାଇମ ଡଟ୍ ଗଭ୍ ଡଟ୍ ଇନ୍‌ରେ ରିପୋର୍ଟ କରନ୍ତୁ*

- *ପରିବାର ପୋଲିସକୁ ଅବଗତ କରାନ୍ତୁ*

- *ସବୁ ପ୍ରମାଣ ସୁରକ୍ଷିତ ରଖନ୍ତୁ*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS