BREAKING
Loading...
:

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୮ଟି ବିଦ୍ୟାଳୟର ୧୦୦ ଜଣ ଛାତ୍ର ଛାତ୍ରୀ

 ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୮ଟି ବିଦ୍ୟାଳୟର ୧୦୦ ଜଣ ଛାତ୍ର ଛାତ୍ରୀ 

ଗଣିଆ (ମଣିଭଦ୍ରା ଖବର) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ  ସର୍ବାଧିକ ନମ୍ବର ରଖିଥିବା ଗଣିଆ ବ୍ଳକର ୮ଟି ଉଚ୍ଚ ବିଦ୍ୟାଳୟର ୧୦୦ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ନୟାଗଡ଼ ଷ୍ଟାଡିୟମ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଗଣିଆର ୧୦୦ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ୩୧ ଜଣ, ଆଡକଟା ଉଚ୍ଚ ବିଦ୍ୟାଳୟର ୨୪ ଜଣ, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦର ୧୪ ଜଣ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ,ରାସଙ୍ଗର ୧୦ ଜଣ,ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ, ବେଲପଡାପାଟଣାର ୧୦ ଜଣ, ଗୁପ୍ତେଶ୍ୱର ବିଦ୍ୟାପୀଠ ଛାମୁଣ୍ଡିଆର ୭ ଜଣ, ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟର ୨ ଜଣ ଏବଂ ରାଜିଙ୍ଗିର ୨ ଜଣଙ୍କୁ ଏହି ପୁରସ୍କାର ମିଳିଥିବା ବ୍ଳକ ଶିକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଏ ନେଇ ଅବଗତ କରାଯାଇଥିଲା । 

  ବ୍ଳକ ଶିକ୍ଷା ଅଧିକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପୁରସ୍କାର ବାବଦକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ସହିତ ଟ୍ରଫି, ମାନପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ୩୦ଟି ଜିଲ୍ଲାର  ସର୍ବାଧିକ ନମ୍ବର ରଖିଥିବା  ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ବିଭାଗ ତରଫରୁ ଏହି ପୁରସ୍କାର ପ୍ରତ୍ୟେକ ଜିଲ୍ଲା ହେଡକ୍ୱାଟର ପରିସରରେ ପ୍ରଦାନ କରାଯାଇଛି । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ , ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଭିମୁଖୀ କରିବା ତଥା ସେମାନଙ୍କୁ ଆର୍ଥିକ ଅନୁଦାନ ସହାୟତା ଦେବାପାଇଁ ସରକାରଙ୍କର ଏହା ଏକ ସୁନ୍ଦର ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS