ଆଜି ପୁଅ ଜିଉଁନ୍ତିଆ ,
ପୁତ୍ର ଲାଭ ଓ ପୁଅର ମଙ୍ଗଳ କାମନା ଏହାର ମୂଳଲକ୍ଷ
ବୌଦ୍ଧ (ମଣିଭଦ୍ରା ଖବର) ଜିଲ୍ଲାର ୨୪/୯ ମାଁ ଅରକ୍ଷଙ୍କ ପାଇଁ କେତେ ସୁନ୍ଦର । ମଁl ପୁଣି ସର୍ବସଂହା । ସେହି ମଁl ପୁଣି ପୁଅ ର ଦୁଃଖ କୁ ସହି ନ ପରି ତାର ମଙ୍ଗଳ କାମନା ପାଇଁ କୋଠର କାଷ୍ଠାରେ ଉପବାସ କରେ । ସବୁଠାରୁ ବଡ କାଷ୍ଠା ହେଉଛି ପୁଅ ଜିଉଁନ୍ତିଆ ବା ଦୁତିବାହନ ଓଷା କିଏ ପୁଣି କହେ ମୂଳାଷ୍ଟମୀ ପୂଜା । ଏହି ପୂଜା ଆସିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଦିନ ହିଁ ହୋଇ ଥାଏ । ମଁl ମାନେ ପୁତ୍ରର ସମସ୍ତ ମଙ୍ଗଳ କାମନା କରନ୍ତି । ସେହି ଜନ୍ମଦାତ୍ରୀ ମଁl ଦିନ ସାରା ନିଜକୁ ନିର୍ଜଳା ଉପବାସ ରଖେ । ଅପରାହ୍ନରେ ସ୍ନାନ କରି ସମସ୍ତ ପ୍ରକାର ଫଳ ମୂଳ ଲିଆ ଉଖୁଡା ଆଖୁ ସାଥିରେ ନେଇ ଅଧରାତ୍ରିରେ ଏକ ମୁଖାହୋଇ ପୂଜା ସ୍ଥଳକୁ ଯାଏ । ସେଠାରେ ଏକତ୍ରିତ ହୋଇ ଥିବା ସମସ୍ତ ମଁl ମାନେ ଏକାଠି ପୂଜାଅର୍ଚ୍ଚନl କରନ୍ତି l ଗୀତ ବୋଲି ଓ ହୁଳହୁଳି ହରିବଲ ଦେଇ ମଁl ଦୁର୍ଗା ଙ୍କୁ ଆବାହାନ କରନ୍ତି । ପୁଅ ର ଶୁଭେଚ୍ଛା କାମନା ପାଇଁ ଡାକିଥାନ୍ତି । ପରବର୍ତ୍ତୀ ସମୟରେ ସକାଳପ୍ରଥମ ପ୍ରହରୁ ନଦୀ ଘାଟ ବା ଜଳାଶୟ ରେ ପହଞ୍ଚି ଜଳଘାଟ ପୂଜା ପୂଜା କରିବା ପରେ ଘରକୁ ଆସନ୍ତି ଏବଂ ପୁଅକୁ ମଁl ଙ୍କ ପାଖରେ ଚଢେଇ ଥିବା ବ୍ରତ କୁ ପିନ୍ଧାଇବା ପରେ ପାଣି ପିଇଥାନ୍ତି l ଏହି ଉଷା ବ୍ରତ କାହିଁ କେଉଁ ଆବାହନ କାଳରୁ ହୋଇ ଆସିଅଛି ।
ପୁତ୍ର ଲାଭ ଓ ପୁତ୍ର ଶୁଭକାମନା କରିବା ଏହି ପୂଜା ର ମୂଳଲକ୍ଷ୍ୟ ଓ ଉଧେଶ୍ୟ । ଏହି ପୂଜା ବିଶେଷ କରି ପଶ୍ଚିମ ଓଡିଶା ର ଗାଁ ପଲ୍ଲୀରେ ଯାକଜକମରେ ପାଳିତ ହୋଇ ଥାଏ । ଏହା ମଧ୍ୟ ଏକ କୃଷି ଭିତ୍ତିକ ପର୍ବ ।
ମହିଳା ମଁl ମାନଙ୍କ ଭିତରେ ଏହା ଏକତାର ପର୍ବ କହିଲେ ଭୁଲ ହେବ ନାହିଁ । ମୁଖ୍ୟ କାର୍ଯ୍ୟ କର୍ତ୍ତା ଭାବରେ ଶ୍ରୀମତୀ ସୁଜାତା ନନ୍ଦ, ସୌଦାମିନୀ,ଅଞ୍ଜଳି, ଗୀତାଞ୍ଜଳି,ଏବଂ ଅନ୍ୟ ସମସ୍ତେ ସହଯୋଗ କରିଥିଲେ ।
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ
Post a Comment