ବାକାଡି ଲେମନ ପାଇଁ ପାଲା ହେଲା , ନୂଆ ଫସିଗଲା ପୁରୁଣା ଖସିଗଲା
// ଅବକାରୀ ବିଭାଗ ଓ ପୋଲିସ ର ବଟି ବଢିଲା , ପୁଣି ଗନିଆ ମଦ ବିକିଲା //
ଭୂବନେଶ୍ବର(ମଣିଭଦ୍ରା ଖବର ) ମଦ ତ ମଦ ମଦ ଭିତରେ ବାକାଡି ଲେମନ କାଳେ ଏମିତି ଏକ ମଦ ଯାହାକୁ ବିକିବା ପାଇଁ ଦୁଇ ଚୋରା ମଦ ବେପାରୀ ବାଡିଆ ପିଟା ହୋଇ ମୁଣ୍ଡ ଫଟା ପର୍ଯ୍ୟନ୍ତ କଥା ନେଇଥିବା ର ଖବର ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି | ଅଧ ରାତିରେ ନଦୀ ବନ୍ଧ ରେ ମା ଭଉଣୀ ଉଡିଲା ଭୁଜାଲି ବୁଲିଲା , ବାଉଁଶ ପାରିଆ ବି ଖେଳିଲା ହେଲେ ଏହାର ଫାଇଦା ପୋଲିସ ଓ ଅବକାରୀ ବିଭାଗ କୁ ହେଲା |
ଯାହା ବିଶେଷ ସୂତ୍ରରୁ ଖବର ନେବାରୁ ଜଣା ପଡିଛି ଯେ ଗତ ୧୧ ତାରିଖ ବୁଧବାର ବିଳମ୍ବିତ ରାତିରେ ପାଟକୁରା ଥାନା ଅଞ୍ଚଳ ର ବାମରା ଓ ସରୋଠୋଲା ଗ୍ରାମର ଦୁଇ ଚୋରା ମଦ ବେପାରୀ ଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟଣା ରୁ ସ୍ପଷ୍ଟ ଭାବେ ଅନୁମାନ କରାଯାଇ ପାରେ | ଦୁଇ ଜଣ ଚୋରା ମଦ ବେପାରୀ ଙ୍କ ଭିତରୁ ଜଣଙ୍କ ମୁଣ୍ଡ ଫାଟି ଯିବାରୁ ସେ ଚିକିତ୍ସିତ ହେବା ପାଇଁ ଡାକ୍ତରଖାନା ଯାଇଥିଲା ବେଳେ ଅନ୍ୟ ଜଣେ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ପୋଲିସ ଅଟକ ରଖିଥିଲା ଆଉ ପରେ ତାକୁ ପୋଲିସ କୋର୍ଟ ଫରୱାଡ କରିଥିବା ଜଣା ପଡିଛି |
ସୂଚନା ମୁତାବକ ସରୋଠୋଲା ଗ୍ରାମର ଗଣେଷ ପଲାଇ ଓରଫ ଗନିଆ ନାମକ ଚୋରା ମଦ ବେପାରୀ ଜଣଙ୍କ ନିଜ ଗ୍ରାମର ଘର ପାଖରେ ସରକାରୀ ଜାଗାରେ ଏକ ଦୁଇ ମହଲା ବିଶିଷ୍ଟ ଘର କରି ଦୀର୍ଘ ଦିନରୁ ଚୋରା ମଦ ବ୍ୟବସାୟ କରିଆସୁଥିଲା ବେଳେ ନିକଟସ୍ଥ ବାମରା ଗ୍ରାମର ଗେଣ୍ଡୁଆ ନାମକ ଆଉ ଜଣେ ଯୁବକ ବେଶ କିଛିଦିନ ହେବ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛି | କିଛି ମାସ ହେବ ଉଭୟଙ୍କ ଭିତରେ ଚୋରା ମଦ ବେପାର କୁ ନେଇ ପ୍ରତିଦ୍ବନ୍ଦିତା ଲାଗି ରହିଥିବା ବେଳେ ଗରାଖ ଟିଏ ଯୋଗାଡ଼ ପାଇଁ ଉଭୟଙ୍କୁ ବେଶ ବୁଦ୍ଧି ଖଟାଇ ବେପାର କରିବା ପାଇଁ ପଡୁଥିଲା | ଗତ ବୁଧବାର ଦିନ ବାମରା ଗ୍ରାମର କିଛି ଯୁବକ ମାନଙ୍କ ପସନ୍ଦର ମଦ ବାକାଡି ଲେମନ ପାଇଁ ଜଣେ ବ୍ୟବସାୟୀ ମଦ ରଖି ସନ୍ଧ୍ୟା ବେଳୁ ବ୍ୟବସାୟ ଆରମ୍ଭ କରିଥିଲେ | ଫଳରେ ଅନ୍ୟ ଜଣଙ୍କ ପାଖକୁ ଗରାଖ ନଯିବା ତାଙ୍କ ସହନଶୀଳତା ଭଙ୍ଗ କରିବାକୁ ବାଧ୍ୟ କରିଥିଲା | ଯେଉଁଥିପାଇଁ ସେ ଉତକ୍ଷିପ୍ତ ହୋଇ ବାବୁ ଗନିଆ କାଳେ ଭୁଜାଲି ଭଳି ଏକ ମାରଣାସ୍ତ୍ର ଧରି ଗେଣ୍ଡୁଆ ଙ୍କ ଘର ପାଖ ନଦୀ ବନ୍ଧ ପାଖରେ ପହଁଚି ବେଶ କିଛି ସମୟ ଧରି କଂସ ଭଳି ରଡି ପକାଇ ଦୋଅକ୍ଷରୀ ଚଲାଇଥିଲେ | ଯାହା ନେଇ ଖବର ପାଇବା ପରେ ଗେଣ୍ଡୁଆ ର ପିତ୍ତ ମୁଣ୍ଡକୁ ଚଢିବା ସହ ରାଗ ଶିରା ରୁ ଶିରାକୁ ବୋହିବା ଆରମ୍ଭ ହୋଇଯାଇଥିଲା | ଉଭୟ ନଦୀ ବନ୍ଧ ଉପରେ ସାମ୍ନା ସାମ୍ନୀ ହେବାପରେ ବଚସା ଆରମ୍ଭ ହୋଇଥିଲା , ଯେଉଁଥିରେ ଗନିଆ ଯେତବେଳେ ମାରଣାସ୍ତ୍ର ବାହାର କରି ଗେଣ୍ଡୁଆ କୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗେଣ୍ଡୁଆ ବାଡ଼ିରେ ପ୍ରତି ଆକ୍ରମଣ କରିବାରୁ ଗନିଆ ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଯାହାକୁ ନେଇ ଗନିଆ ଚିକିତ୍ସା ପାଇଁ ଡାକ୍ତରଖାନା କୁ ଯାଇ ଥିବା ବେଳେ ଅନ୍ୟ ଗେଣ୍ଡୁଆ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ହେଲେ ପାଟକୁରା ଥାନା ପୋଲିସ ଗନିଆ ଆସିବା ପର୍ଯ୍ୟନ୍ତ ଗେଣ୍ଡୁଆ ଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିଲା | ମାତ୍ର ପରେ ଖବର ନେବାରୁ ଜଣା ପଡିଛି ଗେଣ୍ଡୁଆ କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଗନିଆ ମୁଣ୍ଡରେ ଗଜ କପଡା ଗୁଡ଼ାଇ ଗାଁ କୁ ଫେରିଥିଲେ | ଘଟଣା ଟି ରାତି ଅଧ ରେ ଘଟିଥିଲେ ବି ଅନେକ ସ୍ଥାନୀୟ ଲୋକେ ଦେଖିଥିଲେ , ଯାହାକୁ ନେଇ ପର ଦିନଠୁ ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ଭାବିଥିଲେ ଯେ ଘଟଣା ଥାନାକୁ ଗଲାଣି ମାନେ ଏଣିକି ଆଉ ମଦ ବେପାର ଚାଲି ପାରିବ ନାହିଁ ଓ ପରିବେଶ ଶାନ୍ତ ରହିବ | ହେଲେ ଯଥା ପୂର୍ବଂ ତଥା ପରଂ ଅବସ୍ଥା | ମାର୍କେଟ ରେ ଗେଣ୍ଡୁଆ ର ଅନୁପସ୍ଥିତ ର ସୁବର୍ଣ୍ଣ ସୁଯୋଗ ର ବେଶ ଭରପୁର ଫାଇଦା ଗନିଆ ଉଠାଇବା ସହ ମୁଣ୍ଡରେ ସେହି ଗଜ କପଡା ଗୁଡ଼ାଇ ଚୋରା ମଦ ବେପାର ଚଳାଇଛନ୍ତି | ଯାହା କୁ ନେଇ ପାଟକୁରା ଥାନା ପୋଲିସ ଉପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଙ୍କ ଥିବା ଆସ୍ଥା ଭରଷା ତୁଟି ଯାଇଥିବା ଦେଖିବାକୁ ମିଳିଛି | ବିଭିନ୍ନ ଗଣ ମାଧ୍ୟମରେ ବି ଏହି ଖବର ପ୍ରକାଶ ପ୍ରକାଶ ପାଇବା ପରେ ପାଟକୁରା ଥାନା ପୋଲିସ କେମିତି ଜଣଙ୍କୁ ବାନ୍ଧି ଭିତରେ କରିଥିବା ବେଳେ ଆଉ ଜଣଙ୍କୁ ପୁନଶ୍ଚ ମଦ ବିକିବା ପାଇଁ ଛାଡି ଦେଇଛି ତାହା ଏବେ ପୁରା ପାଟକୁରା ଥାନା ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି | ବିଶେଷ କରି ଚୋରା ମଦ ବେପାର ସହ ନକଲି ମଦ ଏହି ଅଞ୍ଚଳ ରେ ବୃଦ୍ଧି ପାଉଥିବା ବେଳେ ପାଟକୁରା ପୋଲିସ କେମିତି ଏଭଳି ଏକ ସମ୍ବେଦନଶୀଳ ଘଟଣା କୁ ଏତେ ହାଲୁକା ଭାବରେ ନେଇକି ଗନିଆ ଉପରେ ଅଙ୍କୁଶ ନାଲଗାଇ ଛାଡି ଦେଇଛି ତାହାକୁ ନେଇ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ଉପରେ ସ୍ଥାନୀୟ ଲୋକ ମାନଙ୍କ ସନ୍ଦେହ ବଢିଯାଇଥିବା ଦେଖିବାକୁ ମିଳୁଛି |
ମଦ ବନ୍ଦ ପାଇଁ ସରକାରଙ୍କ ନିକଟରେ ରାଜ୍ୟବ୍ୟାପୀ ବିଭିନ୍ନ ମହଲରୁ ଦାବୀ ହେଉଥିବା ବେଳେ ପାଟକୁରା ଥାନା ଅଞ୍ଚଳ ରେ ଚୋରା ମଦ ବ୍ୟବସାୟ ଏତେ ମାତ୍ରାରେ ବଢ଼ି ଯାଇଛି ଯାହା କଳ୍ପନା ବାହାରେ | ଯେଉଁଥିପାଇଁ ପ୍ରାୟତଃ ଅନେକ ଗାଁ ରେ ଦୈନିକ କିଛି ନା କିଛି ଛୋଟ ବଡ ଘଟଣା ଘଟୁଥିବା ଖବର ନେବାରୁ ଜଣାଯାଏ | ହେଲେ ସେସବୁ କୁ ଜିଲ୍ଲା ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଜାଣିକି ଅଣଦେଖା କରୁଛି ନା ଚୋରା ମଦ ବେପାରୀ ମାନଙ୍କ ସହ କିଛି ଭିତିରି ବୁଝାବଣା ରହୁଥିବା ରୁ ଘଟଣା କୁ ଦେଖି ନଦେଖିଲା ପରି ନାହିରେ ତେଲ ପକାଇ ଶୋଇରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଯଦି ଏହି ଅଞ୍ଚଳରୁ ଚୋରା ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରାନଯାଏ ତ ଆଗାମୀ ଦିନରେ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯିବ ବୋଲି ଖବର ନେବାରୁ ଜଣା ପଡିଛି |
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment