BREAKING
Loading...
:

କଟକ ଜଗତସିଂହପୁର କୁ ମାଡିଛି କି ମଦ ମାଫିଆ ଗନିଆ ର ଚେର....?

 କଟକ ଜଗତସିଂହପୁର କୁ ମାଡିଛି କି ମଦ ମାଫିଆ ଗନିଆ ର ଚେର....? 

     କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର) କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଖଡ଼ ପଞ୍ଚାୟତ ର ସରୋଠୋଲା ଗ୍ରାମର ଗଣେଷ ପଲାଇ ଏବେ ( ଗନିଆ ଭାଇ ) ନାଁ ରେ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଓ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି  | କାରଣ ହେଉଛି ବିଶ୍ଵ ମହାମାରୀ କୋଭିଡ ସମୟ ରେ ଯେତବେଳେ କେଉଁଠି ବି ମଦ ମିଳୁ ନଥିଲା ସେତବେଳେ କାଳେ ଏ ବାବୁ ଙ୍କ ପାଖରେ ବିପୁଳ ପରିମାଣର ମଦ ଗଛିତ ଥିଲା ଏବଂ ସେତବେଳେ ସେ ମନଇଚ୍ଛା ଯାହା ପାଟିରୁ ବାହାରିଲା ତାହା ମୂଲ୍ୟ ନେଇ ମଦ ବିକ୍ରୟ କରୁଥିଲେ  | ଯେତେବେଳେ କେଉଁଠି ମଦ ମିଳୁନାହିଁ ତ ମଦୁଆ ମାନେ ଧାନ ମୁଗ ବିକି କିମ୍ବା ଘରେ ଥିବା କୁମ୍ପି ଅଲମିରା ତାଡି ଦୁଇ ତିନି ଗୁଣା ଚଢା ରେଟ ଦେଇ ମଦ କିଣି ପିଇବାର ସୁଯୋଗ ପାଉଥିଲେ ଏହି ଗନିଆ ଭାଇଙ୍କ ପାଖରୁ  | ଯାହା ଫଳରେ ସେତବେଳେ ମହାନଦୀ ର ଶାଖା ନଦୀ କୂଳରେ ଥିବା ସରୋଠୋଲା ଗ୍ରାମରେ ଗନିଆ ଙ୍କ ଆଡା ପାଖକୁ ବିଭିନ୍ନ ଅଞ୍ଚଳରୁ ମଦ୍ୟପ ମାନଙ୍କ ସୁଅ ଛୁଟୁଥିଲା  | ଦିବା ରାତ୍ର ସଦା ସର୍ବଦା ମଦୁଆ ମାନଙ୍କୁ ଏଭଳି ସେବା ଯୋଗାଇ ଦେଇ ପାରୁଥିବା ହେତୁ ଧୀରେ ଧୀରେ ଗନିଆ ମଦ୍ୟପ ମାନଙ୍କ ପାଇଁ ବାଦଶାହ ପାଲଟି ଗଲେ  | ଏଇଠୁ ଆରମ୍ଭ ହୋଇଗଲା ମଦ ବ୍ୟବସାୟ ର ସାମ୍ରାଜ୍ୟ ବୃଦ୍ଧି ଅଭିଯାନ | 

         ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ର ବିକ୍ରୟ ଯେତିକି ଗନିଆ ଙ୍କ ବ୍ୟବସାୟ ପ୍ରାୟ ସେତିକି ବୋଲି ଚର୍ଚ୍ଚା ଚାଲିଲା  | ଯାହା ଖବର ନେବାରୁ ଜଣା ପଡିଛି , ପ୍ରଥମେ ପ୍ରଥମେ ପୋଲିସ ଏବଂ ଅବକାରୀ ବିଭାଗ କୁ ଲୁଚି ଛପି ମଦ ବିକୁଥିବା ଗନିଆ ଆଉ ଲୁଚିଛପି ବେପାର କରିବା ପାଇଁ ଚାହିଁଲେ ନାହିଁ  | ତେଣୁ କାଳେ ମୋଟା ଅଙ୍କର ମାସିକ ଚାନ୍ଦା ଦେଇ ଖୁଲମ ଖୁଲା ବ୍ୟବସାୟ ଚଳାଇଛନ୍ତି ମଦ ସମ୍ରାଟ ଗନିଆ  | ସବୁଠୁ ବଡ କଥା ଟି ହେଲା ଏବେ ଗନିଆ ଙ୍କ ପାଖକୁ ଯେଉଁ ମଦ ଆସୁଛି ତାହା କାଳେ ଏକାଧିକ ସରକାରୀ ମଦ ଦୋକାନ ରୁ ପଂହଁଚା ଯାଉଛି , ତାହା ପୁଣି କାଳେ ସ୍ଥାନୀୟ ଗରଦପୁର କାଉଣ୍ଟର ସହ କଟକ ଜିଲ୍ଲା ବିଲହାଟ କାଉଣ୍ଟର ଓ ଜଗତସିଂପୁର ଜିଲ୍ଲାର କିଛି କାଉଣ୍ଟର ରୁ ଆସୁଛି  | ଶୁଣିବାକୁ ମିଳୁଛି ଏକାଧିକ କାଉଣ୍ଟର ମାଲିକ ମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି ଗନିଆ ଙ୍କୁ ମଦ ଯୋଗାଇବା ପାଇଁ ଏବଂ ତେଣୁ ପ୍ରତ୍ୟେକ କାଉଣ୍ଟର କର୍ମଚାରୀ ବାଇକ ଓ ଚାରି ଚକିଆ ଗାଡ଼ିରେ ରାତିଅଧ ରେ ଗନିଆ ଙ୍କ ପାଖରେ ମଦ ପହଁଚାଉ ଛନ୍ତି  | 

        ଏତିକିରେ କଥା ସରିନାହିଁ , ଏତେ ସବୁପରେ ବି ଗନିଆ ଙ୍କ ଟିକେ ଲାଭ ଖୋର ମନୋବୃତ୍ତି ପାଇଁ ସେ କାଳେ ଦୁଇ ନମ୍ବର ବା ଡୁପ୍ଲିକେଟ ମଦ ମଗାଉଛନ୍ତି  | ଯଦି ଜଣେ ଗୋଟିଏ ଥର ମଦ ନେଇ ପିଇବା ପରେ ପୁଣି ଆସିଛି ତ ତାକୁ ଡୁପ୍ଲିକେଟ ମଦ ଦେଇଦେଲେ ସେ ଜାଣି ପାରିବ ନାହିଁ , ତେଣୁ ସେମିତି କିଛି ମଦୁଆ ଗରାଖ ମାନଙ୍କ ପାଇଁ ଗନିଆ ଦୁଇ ନମ୍ବର ମଦ ରଖିଥାନ୍ତି ବୋଲି ସ୍ଥାନୀୟ କିଛି ଲୋକ ଙ୍କ ମତ  | ସେ ଯାହାବି ହେଉ ଆଜିର ଦିନରେ ସାଧାରଣ ବ୍ୟବସାୟ ଟିଏ ଚଳାଇବା କେତେ ଯେ କଷ୍ଟ ଯିଏ କରୁଛି ସିଏ ହିଁ ଜାଣିଛି , ତେଣୁ ବେପାର ତ ବେପାର ପୁଣି ଚୋରା ମଦ ବେପାର କରିବା ଆଉ ତାହା ପୁଣି ଦିନ ଦ୍ବିପହର ରେ ଖୁଲମଖୁଲା ଭାବେ ତାହା କେବଳ ଗନିଆ ଙ୍କୁ ହିଁ ଜଣା  | ପୁରା ଅଞ୍ଚଳ ଏବେ ମଦ ର ମାୟା ଜାଲରେ ଛନ୍ଦି ହୋଇ ଯାଇଥିବା ବେଳେ ଗାଁ ଗାଁ ରେ ଓ ଘରେ ଘରେ ମଦୁଆ ସୃଷ୍ଟି କରିବାର ମନ୍ତ୍ର ମଞ୍ଜି ବୁଣି ଚାଲିଛନ୍ତି ଏହି ମଦ ମାଫିଆ ଜଣଙ୍କ  | 


         ଏଠି ପ୍ରଶ୍ନ ଉଠୁଛି ସତରେ ମଦ ମାଫିଆ ଗନିଆ ଙ୍କ ପାଖରେ କି ଯାଦୁ ଅଛି ଯେ ସ୍ଥାନୀୟ ପାଟକୁରା ଥାନା ପୋଲିସ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପୁରା ବଶୀଭୂତ ହୋଇ ରହିଛନ୍ତି  | ଏହି ବଶୀକରଣ ମନ୍ତ୍ର ଗନିଆ କେଉଁଠୁ ପାଇଲେ ତାଙ୍କ ଗୁରୁ କିଏ , କେହି ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ବାହୁବଳରେ ବଳିୟାନ ହୋଇଛନ୍ତି କି ଗନିଆ ନା କେଉଁ ରାଜନେତା ଙ୍କ ହାତ ଗନିଆ ଙ୍କ ମୁଣ୍ଡ ଉପରେ ରହିଛି କି.....? ଯାହାକୁ ନେଇ  ପୁରା ଅଞ୍ଚଳ ରେ ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଚୋରା ମଦ ମାଫିଆ ଗନିଆ ଗତ ୧୧ ତାରିଖ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ବାମରା ଗ୍ରାମର ଆଉ ଜଣେ ଚୋରା ମଦ ବେପାରୀଙ୍କ ଘର ପାଖରେ ଯାଇଁ ଗଣ୍ଡଗୋଳ କରି ମୁଣ୍ଡ ଫଟାଇବା ଘଟଣା ପରେ ବି ପୁଣି ଖୁଲମ ଖୁଲା ବେପାର କରିବା ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଆଲୋଡନ ସୃଷ୍ଟି କରିଛି  | ଆଗାମୀ ଦିନରେ ଯଦି ଗନିଆ ର ଚୋରା ବେପାର ବନ୍ଦ ନହୁଏ ତ ସାଧାରଣ ଲୋକ ମାନଙ୍କ ଭିତରେ କୁହୁଳୁଥିବା ନିଆଁ କେତେବେଳେ ଯେ ବିସ୍ପୋରକ ରୂପ ନନେବ ସେକଥା କିଏ କହିବ  | ପାଟକୁରା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ଅରବିନ୍ଦ ମହାପାତ୍ର , କେନ୍ଦ୍ରାପଡ଼ା ଜିଲ୍ଲା କୁ ଏବେ ନୂତନ ଭାବେ ନିଯୁକ୍ତି ପାଇ ଆସିଥିବା ଜିଲ୍ଲାପାଳ ମହୋଦୟ ଏବଂ ରାଜ୍ୟରେ କିଛି ମାସ ହେବ ନୂଆ କରି ସରକାର କୁ ଆସିଥିବା ବିଜେପି ଦଳର ମୋହନ ସରକାର ଏଭଳି ଏକ ଅସାମାଜିକ ମାଫିଆ ଶ୍ରେଣୀର ବ୍ୟକ୍ତି ଉପରେ ବିଶେଷ ଧ୍ୟାନ ଦେଇ କେବେ ଓ କି ପ୍ରକାର ର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ଅପଲକ ନୟନରେ ଚାହିଁଛନ୍ତି ଅଞ୍ଚଳ ବାସୀ  | ନଚେତ ଆଗାମୀ ଦିନରେ ମଦ ବିରୋଧୀ ଆନ୍ଦୋଳନ ଏହି ଅଞ୍ଚଳରେ ତୀବ୍ର ରୂପ ନେବାଟା ସ୍ୱାଭାବିକ ଭଳି ମନେହୁଏ  |


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS