ଅକୀଡ ପେଡିଆଟ୍ରିକ୍ ଥେରାପି ସେଣ୍ଟର୍ର ସ୍ୱନକ୍ଷତ୍ର ଦିବସ ପାଳିତ।
ବ୍ରହ୍ମପୁର (ମଣିଭଦ୍ରା ଖବର) ଡାଇମଣ୍ଡ ଜୁବଲି ଟାଉନ ହଲ ପରିସରରେ ଆଜି ଅକୀଡ଼ ପେଡ଼ିଆଟ୍ରିକ ଥେରାପି ସେଣ୍ଟର ଓ ପିଗ୍ ବ୍ଲର ସନକ୍ଷତ୍ର ଦିବସ ଉତ୍ସବ ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି I ଏଥରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ଅଟିକିମର ସଚେତନତା କିପରି ହେବ ଓ ସେମାନେ କିପରି ସଠିକ ଭାବେ ଚିହ୍ନଟ ହୋଇ ଚିକିତ୍ସିତ ହୋଇ ପାରିବେ ସେ ବିଷୟରେ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ କେ, ଅନିଲ କୁମାର ଓ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଲୋକସେବକ ମଣ୍ଡକର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ବିଜେପି ସଭାପତି ଡ଼ା ସୁବାସ ଚନ୍ଦ୍ର ସାହୁ ଓ ବିରଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଅନ୍ୟ ତମ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ବ୍ରହ୍ମପୁରର ବିଶିଷ୍ଠ ଚିକିତ୍ସକ ମାନଙ୍କୁ ବିଶେଷ କରି ଶିଶୁ ମାନଙ୍କ ପ୍ରତି ନିଃସ୍ୱାର୍ଥ ସେବା ଓ ଅବଦାନ ପାଇଁ ସମ୍ମାନିତ କରାଯାଇଥୁଲା । ଗଂଜାମ ଜିଲ୍ଲାର ଅନ୍ୟ ସ୍ୱେଶାଲ ସ୍କୁଲ ପକ୍ଷରୁ ଅବିରେଶ ମହାପାତ୍ର, ସର୍ବାଣି ପାହିଁ ଓ ଯୁବ ଉଦ୍ୟୋଗକାରୀ ଉପଜ କୁମାର ସାବତ, ସୀମା ଚୌଧୁରୀ, ଅସୀମ ପତି, ସାଇ ଶଙ୍କରପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ର, ଉଷା ରାଣୀ ପାତ୍ର,ଅସ୍ମିତା ମହାନ୍ତି, କେ, ଚରୁଣ, ଦିଲୀପ ରାଓ, ଟ୍ରିଙ୍କିଲ ଗମାଙ୍ଗ ଓ ଦେବୀ ପାତ୍ର ଉପସ୍ଥିତ ଥିଲେ । ସଂଜୀଦ୍ର ପ୍ରସାଦ ଦାଶ ପ୍ରାରମ୍ଭିକ ସୂଚନା ଦେଇ ଥିବା ବେଳେ ଡ଼ା, ସ୍ଵାତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ଘୋଷକ ଭାବେ କାହ୍ନୁ ରାଉତ ସଂଯୋଜନା କରିଥିଲେ ।
ଗଂଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର
Post a Comment