BREAKING
Loading...
:

ନୂଆଗାଁ ବ୍ଳକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଧାୟକ

 ନୂଆଗାଁ ବ୍ଳକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଧାୟକ 

ନୂଆଗାଁ (ମଣିଭଦ୍ରା ଖବର) ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ଚଳଚଞ୍ଚଳ ହୋଇପଡିଛି ନୂଆଗାଁ ବ୍ଳକ । ବ୍ଳକର ପ୍ରାୟ ୧୫ରୁ ଅଧିକ ପୂଜା ମଣ୍ଡପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜା ମଣ୍ଡପ ଗୁଡିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି । 

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବ୍ଳକର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି । ମାଳିସାହି ପଞ୍ଚାୟତ ସ°ପଡା ଗ୍ରାମର କାରିଗର ସଂଘ ଏବଂ ନିର୍ମାଣ ଶ୍ରମିକ ସଂଘ ତରଫରୁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS