BREAKING
Loading...
:

ପେନସନ ଉପଭୋକ୍ତାଙ୍କ ସମାବେଶ

 ପେନସନ ଉପଭୋକ୍ତାଙ୍କ ସମାବେଶ 

ଖଣ୍ଡପଡ଼ା (ମଣିଭଦ୍ରା ଖବର) ଷ୍ଟେଟବ୍ୟାଙ୍କ ଖଣ୍ଡପଡ଼ା ଶାଖା ପକ୍ଷରୁ ପେନସନ ଉପଭୋକ୍ତାଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଶାଖା ପରିଚାଳକ ଜ୍ୟୋତି ରଞ୍ଜନ ରାଉତ ସମାବେଶକୁ ଉଦଘାଟନ କରିଥିଲେ । 

ବ୍ୟାଙ୍କରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଶାଖା ପରିଚାଳକ ଉପସ୍ଥିତ ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ । ପେନସନ ଉପଭୋକ୍ତାଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ରବିନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାଙ୍କ ଶାଖା କ୍ଷେତ୍ର ଅଧିକାରୀ ସରିତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । 


ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା

Post a Comment

Previous Post Next Post
Header ADS