BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବଛତା କାର୍ଯ୍ୟକ୍ରମ

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବଛତା କାର୍ଯ୍ୟକ୍ରମ 


ଗଣିଆ (ମଣିଭଦ୍ରା ଖବର) ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳନ କରାଯାଉଛି । ଏଥିପାଇଁ ବିଦ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଳକ ତଥା ସ୍ବାସ୍ଥ୍ୟ ବିଭାଗ ପରିସରରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ଆଜି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ଥିବା ଅଳିଆ ଆବର୍ଜ୍ଜନା ସଫା କରିବା ସହିତ ଅନାବନା ଗଛ ଗୁଡ଼ିକୁ ସଫା କରାଯାଇଥିଲା । 


ସ୍ବଛତା ପକ୍ଷରେ ପରିବେଶ ସ୍ବଛ ରଖିବା ସହିତ ସ୍ବଭାବରେ ସ୍ବଛତା ଏବଂ ସଂସ୍କାରରେ ସ୍ବଛତା ଆଣିବା ନିହାତି ଆବଶ୍ୟକ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS