BREAKING
Loading...
:

ଭରତପୁର ଥାନାରେ ନୂତନ ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ

 ଭରତପୁର ଥାନାରେ ନୂତନ ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ 

ଭୁବନେଶ୍ଵର (ମଣିଭଦ୍ରା ଖବର) ସାରା ରାଜ୍ୟରେ ଏବେ ଚର୍ଚ୍ଚିତ ଥାନା ପାଲଟିଛି ଭରତପୁର । ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା ପରେ ଭରତପୁର ଥାନା ଖବର ଶିରୋନାମ ପାଲଟିଛି । ତେବେ ଆଜି ଭରତପୁର ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି ଦୀପକ କୁମାର ଖଣ୍ଡାୟତରାୟ । ସେ ପୂର୍ବରୁ ପିପିଲି ଥାନାରେ କାର୍ଯ୍ୟରତ ଥିଲେ । ଆଜି କାର୍ଯ୍ୟରେ ଯୋଗ ଦେବା ପରେ ନିଜ କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟାରମ୍ଭ କରିଛନ୍ତି । ମାନସିକ ଶାନ୍ତି ପାଇଁ ପୂଜାର୍ଚ୍ଚନା କରିଥିବା ଆଇଆଇସି ପ୍ରକାଶ କରିବା ସହିତ ପୋଲିସ ଉପରେ ଭରସା କରିବାକୁ ସେ ଭରତପୁର ବାସୀଙ୍କୁ ନିବେଦନ କରିଛନ୍ତି । ଯାହାର ଯାହା ସମସ୍ୟା ଅଛି ସମସ୍ତେ ଆସନ୍ତୁ ଆମେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS