ପିସି ଚକ୍ରବ୍ୟୁହରେ ଫସିଗଲେ କନିଷ୍ଠ ଯନ୍ତ୍ରୀ,ଏଥିରେ କଣ ଭାଗ ନାହିଁ ବିଡ଼ିଓ ଏବଂ ବ୍ଲକ ଅଧକ୍ଷଙ୍କର
ତିର୍ତ୍ତୋଲ (ମଣିଭଦ୍ରା ଖବର) ତିର୍ତ୍ତୋଲ ବ୍ଲକ ଦୁର୍ନୀତି ବିଷୟ ଅନେକ ସମୟରେ ଚର୍ଚ୍ଚାର ଶିରୋନାମା ପାଲଟିଛି | ରାଜ୍ୟରେ ନୂଆ ସରକାର ଶାସନଭାର ସମ୍ଭାଳିବା ପରେ ସରକାରଙ୍କ ପ୍ରଥମ ନାରା ପିସି ବନ୍ଦ | ଏହା କେତେ ଫଳପ୍ରଦ ହେବ ତାହା ସମୟ କହିବ | ହେଲେ ବିନା ପିସି ରେ ଫାଇଲ ହଲୁନଥିବା ବ୍ଲକ ହେଉଛି ତିର୍ତ୍ତୋଲ ବ୍ଲକ | କିଛି ଦିନ ହେବ ପିସି ସମ୍ପର୍କିତ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜୈନିକା କନିଷ୍ଠ ଯନ୍ତ୍ରୀ ମହାଶୟା ଜଣେ ଠିକାଦାର ଙ୍କୁ ବ୍ଲକ ଅଧକ୍ଷ ଦଶ ପ୍ରତିଶତ ପିସି ପାଇଁ କହିଥିବା କଥା କହିଛନ୍ତି | ବାସ୍ତବରେ ବେଳେ ବେଳେ ଦଶ ରୁ ପନ୍ଦର ପ୍ରତିଶତ ପିସି କରବାର ତିର୍ତ୍ତୋଲ ବ୍ଲକରେ ହେଉଛି ବୋଲି ଶୁଣିବାକୁ ମିଳୁଛି | ଦୀର୍ଘ ଦିନର ଶାସନକାଳ ଏହି ପିସି କରବାର କୁ ସଞ୍ଜିବନୀ ଯୋଗାଇଥିବା ଚର୍ଚ୍ଚା ହେଉଛି | ଏଠି ପ୍ରଶ୍ନ ଉଠୁଛି ଏ ଯେଉଁ ପିସି କଥା କନିଷ୍ଠ ଯନ୍ତ୍ରୀ ମହାଶୟା କହୁଛନ୍ତି ସେଥିରେ କାହାର କେତେ ଭାଗ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ | ସହକାରୀ ନିର୍ବାହୀ ଯନ୍ତ୍ରୀ, ମଣ୍ଡଳ ଉନ୍ନୟନ ଅଧିକାରୀ, ଏବଂ ବ୍ଲକ ଅଧକ୍ଷଙ୍କ ଭାଗ କେତେ..? ନହେଲେ ସବୁକୁ କେବେହେଲେ କନିଷ୍ଠ ଯନ୍ତ୍ରୀ ମାନେ ଖାଇ ହଜମ କରିପାରିବେନି | ବିଡ଼ିଓ କଣ ଏହି ପିସିରେ ଭାଗ ନେଉ ନାହାଁନ୍ତି? ଜଣେ ବ୍ଲକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ବିଡ଼ିଓ ସବୁ ବିଭାଗ କର୍ମଚାରୀ ଙ୍କୁ ଡାକି ଗୁରୁବାଣୀ ଦେଇଛନ୍ତି ଯେ, ତୁମେ ନିଜ ହିସାବରେ କାମ କରିବ କିଛି ସମସ୍ୟା ଦେଖାଗଲେ ମୁଁ ଅଭିଯୋଗକାରୀ ଙ୍କ ସମ୍ମୁଖରେ ଆବଶ୍ୟକ ପଡିଲେ ତୁମକୁ ଗାଳି କରିବି, ହେଲେ କାହାରି ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ | ବିଡ଼ିଓ ମହାଶୟ ପୂର୍ବତନ ପାରାଦ୍ୱୀପ ବିଧାୟକଙ୍କ ଶରଣ ପଶି ରଘୁନାଥପୁର ରୁ ତିର୍ତ୍ତୋଲ ବ୍ଲକ କୁ ବଦଳି ହୋଇ ଆସିଥିଲେ | ବର୍ତ୍ତମାନ ପାରାଦ୍ୱୀପ ବିଧାୟକ ତଥା ମାନ୍ୟବର ଶିଳ୍ପ ମନ୍ତ୍ରୀଙ୍କ ଶରଣ ପଶିଥିବା ଚର୍ଚ୍ଚା ହେଉଥିବା ବେଳେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅଧୀନ ଆଠଟି ପଞ୍ଚାୟତର ବିଜେପିକର୍ମୀ ମାନେ କେହି ଚାହୁଁ ନାହାଁନ୍ତି ବିଡ଼ିଓ ଏଠି ରହି ରୁହନ୍ତୁ ବୋଲି | ଏ ପିସି କରବାର ର ଅନ୍ୟତମ ଭାଗିଦାର ବ୍ଲକ ଅଧକ୍ଷ ଏକ ଘରୋଇ ଟିଭି ଚ୍ୟାନେଲକୁ ନିଜ ଭାବମୂର୍ତ୍ତି କୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଏ ବିଷୟରେ ପ୍ରକଳ୍ପ ନିର୍ଦେଶକ(ପି.ଡି)ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି, ଏକ ତଦନ୍ତକାରୀ ଦଳ ତଦନ୍ତ ମଧ୍ୟ କରୁଛି, ଦୋଷୀ ଖୁବ ଶୀଘ୍ର ଦଣ୍ଡ ମଧ୍ୟ ପାଇବ...! ସତରେ ଯଦି ଏ ଘଟଣାରେ ବ୍ଲକ ଅଧକ୍ଷ ସ୍ୱଚ୍ଛ ଅଛନ୍ତି ତେବେ କଣ ମହାଶୟ ପି.ଡିଙ୍କୁ ଚିଠି ଲେଖିଲା ଭଳି ଦୁର୍ନୀତି ନିବାରଣ ବିଭାଗକୁ ଲିଖିତ ଅଭିଯୋଗ କରିପାରିବେ କି ବୋଲି ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚା ହେଉଛି | ତା ସହିତ ଚର୍ଚ୍ଚା ମଧ୍ୟ ହେଉଛି ଯେ, ଯଦି ବ୍ଲକ ଅଧକ୍ଷ ନିଜକୁ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତି ବୋଲି ଉପସ୍ଥାପନ କରୁଛନ୍ତି ତାହେଲେ ନିଜ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଇପାରିବେ କି? ଏବଂ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଅନ୍ୟ ସାତୋଟି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ କରିବା ବନ୍ଦ କରିପାରିବେ କି? ଏମିତି ଅନେକ ପ୍ରଶ୍ନ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ନିକଟରୁ ଶୁଣିବାକୁ ମିଳୁଛି | ଦେଖିବାକୁ ବାକି ରହିଲା କେବେ ଦୋଷୀ ଚି଼ହ୍ନଟ ହେଉଛି ଏବଂ ଦୋଷୀ ପ୍ରତି ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି |
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment