ଶିକ୍ଷାର ବିକାଶରେ ଵାଧକ ବ୍ଲକ ଶିକ୍ଷା ଅଧିକାରୀ, ଟଙ୍କା ନେଇ ଡେପୁଟେସନରେ ବଦଳୀ, ଶିକ୍ଷକ ଦୋଷ କଲେ କାର୍ଯ୍ୟନୁଷ୍ଠାନ ନାହିଁ
ଦେବଗଡ଼(ମଣିଭଦ୍ରା ଖବର) ରାଜ୍ୟ ସରକାର ପିଲାଙ୍କ ଗୁଣାତ୍ମକ ଶିକ୍ଷାର ଵିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଶିକ୍ଷା ଅଧିକାରୀ ଏହାର ଵ୍ୟତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ରିଆମାଳ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡି଼କର ଶିକ୍ଷା ବ୍ୟବସ୍ତାକୁ ନେଇ ବର୍ତମାନ ଅଭିଭାବକଙ୍କ ମନରେ ଚିନ୍ତାର ଵିଷୟ ପାଲଟିଛି । ସ୍କୁଲ ମାନଙ୍କରେ ପାଠପଢା ତ ଦୂରର କଥା କିଛି ସ୍କୁଲକୁ ଶିକ୍ଷକ ମଧ୍ୟ ଆସୁ ନାହାନ୍ତିଁ ।
ଯାହା ଫଳରେ ପିଲାଙ୍କ ଭବିଷ୍ୟତ କେଉଁ ଦିଗକୁ ଗତି କରୁଛି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତାହା ଠିକ ବୁଝି ପାରୁଥିବେ । ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମୁଖି ଶାସନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ବ୍ଲକର ପ୍ରତ୍ୟୋକ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭାବ ରହିଥିବା ବେଳେ କିଛିଟା ସ୍କୁଲରେ ଦିନ ୧୧ଟା ନହଲେ ସ୍କୁଲକୁ ଆସୁନାହାଁନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଏମିତିକି ମନ ଇଚ୍ଛା କ୍ଲାସ କରିବା, ମୋବାଇଲେ ବ୍ଯସ୍ତ ରହିବା, ଵ୍ରେକରେ ଘରକୁ ଗଲେ ମନ ଇଚ୍ଛା ଯିବା ଆସିବା କରୁଛନ୍ତି । ଏ ସଂମ୍ପର୍କିତ ସୂଚନା ବ୍ଲକ ଶିକ୍ଷା ଅଧିକାରୀଙ୍କ ହସ୍ତଗତ ହୋଇଥିଲେ ସୁଦ୍ଧା ଶିକ୍ଷକଙ୍କ ଵିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । କିଛିଦିନ ପୂର୍ବେ ଟୁହିଲାମାଳ ସ୍କୁଲରେ ରାତ୍ରୀ ସମୟରେ ସ୍କୁଲର ଶିକ୍ଷକ ଓ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ମିଶି ମଦ ପିଇ ଭୋଜିଭାତ କରି ଖାଇବା ଭିଡିଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା । ସଂପୃକ୍ତ ଶିକ୍ଷକ ଜଣଙ୍କ କିଛିଦିନ ପରେ ଘଟଣା ସମ୍ପର୍କରେ ଜାଣିପାରି ଜଣେ ଇଲେକଟ୍ରୋନିକ୍ସ ମିଡିଆର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସଂନ୍ଦେହ କରିବା ସହ ଆକ୍ରୋଶ ମୂଳକ ଭାବେ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ! ପରେ ସାମ୍ବାଦିକ ଜଣଙ୍କ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଥାନାରେ ମାମଲା ପହଁଞ୍ଚିବା ପରେ ଶିକ୍ଷକ ଜଣଙ୍କ ରାଗିଯାଇ ମୋର କିଏ କଣ କରିବ କର, ଵି.ଇ.ଓ ମୋ ଖାସ ଲୋକ ତୋ କଥା କିଏ ଶୁଣିବ କହି ଚାଲି ଜାଇଥିଲେ । ସାମ୍ଵାଦିକଙ୍କୁ ଜଣେ ଶିକ୍ଷକଙ୍କ ଏପରି ବ୍ୟବହାର ଘୋର ନିନ୍ଦନୀୟ ଅଟେ । ଜଣେ ସୁରକ୍ଷିତ ରହିଲେହିଁ ଜଣଙ୍କୁ ସୁରକ୍ଷା ଦେବ । ସ୍ୱତନ୍ତ୍ର ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ ।ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କହୁଥିବା ସରକାର ସାମ୍ବାଦିକଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦେବା ଓ ଯତ୍ନବାନ ହେବା ସହ ସାମ୍ବାଦିକ ସୁରକ୍ଷା ପ୍ରଣୟନ ଆଇନ ଲାଗୁ କରିବା ନିହାତି ଆବଶ୍ୟକ ବୋଲି ଶିକ୍ଷାବିତ ମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଘଟଣା ବାବଦରେ ସଵୁଜାଣି ମଧ୍ୟ ଚୁପ ରହିଛନ୍ତି । ଏଥିରେ ବିଇଓ ମହାଶୟ ଶିକ୍ଷକଙ୍କ ସହ ପ୍ରିୟା ପିରତି ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ! ଏମିତିକି ବି.ଇ.ଓ ରଣଜିତ ଭୋଇ ଶିକ୍ଷକଙ୍କ ଠାରୁ ୧୦,୦୦୦ ହଜାର ଟଙ୍କା ନେଇ ବହୁ ଶିକ୍ଷକଙ୍କୁ ଡେପୁଟେସନରେ ବଦଳୀ କରାଇଥିବା କଥା ଵର୍ତମାନ ସାମ୍ନାକୁ ଆସିଛି । ରିଆମାଳ ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସଂପୃକ୍ତ ଶିକ୍ଷଙ୍କୁ ଓ ବି.ଇ.ଓଙ୍କୁ ବଦଳୀ କରିବା, ୨୦୨୩-୨୪ ମସିହାରେ ଡେପୁଟେସନରେ ବଦଳୀ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂନ ସ୍କୁଲକୁ ଫେରାଇ ଆଣିବା ସହ ସରକାର ଓ ଗଣଶିକ୍ଷା ବିଭାଗ ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବା ନେଇ ଦାଵୀ ହେଉଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment