କାର୍ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ
ଭୁବନେଶ୍ଵର (ମଣିଭଦ୍ରା ଖବର) ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ନଡ଼ିଆ କଦଳୀ ବିକ୍ରି କରୁଥିବା ମହିଳା ଉପରେ ମାରୁତି ସ୍ବିଫ୍ଟ କାର୍ ଚଢି ଯାଇଛି ଓ ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ଘଟିଛି। ଡ଼୍ରାଇଭର କାର୍ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ କାର୍ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment