BREAKING
Loading...
:

ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ବିଧେୟକ ପାରିତ ନହେଲେ ଆନ୍ଦୋଳନ

 ଆଗାମୀ ବିଧାନ ସଭା ଅଧିବେଶନରେ--

ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ବିଧେୟକ ପାରିତ ନହେଲେ ଆନ୍ଦୋଳନ

----------------------------------------------

ବ୍ରହ୍ମପୁର( ମଣିଭଦ୍ରା ଖବର)

  ରାଜ୍ୟର ପଛୁଆ ଅଞ୍ଚଳ ରୂପେ ପରିଚିତ  ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାକୁ ନେଇ 1998 ମସିହାରେ ତତ୍କାଳୀନ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କଲେ।ସେଇ ଢାଞ୍ଚାରେ ବର୍ତ୍ତମାନର ବିଜେପି ସରକାର ଉତ୍ତରାଞ୍ଚଳ ବିଭିନ୍ନ ଜିଲ୍ଲା ସମୂହକୁ ନେଇ ଉତ୍ତରାଞ୍ଚଳ ବିକାଶ ପରିଷଦ ଗଠନ କରିବା ପାଇଁ ଗତ ବିଧାନ ସଭା ଅଧିବେଶନ କାଳରେ ଏକ ବିଧେୟକ ପାରିତ କରାଇ ଟାସ୍କ ଫୋର୍ସ ଗଠନ କରିବାପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି।କିନ୍ତ ଦୁଃଖ ଓ ପରିତାପର ବିଷୟ ଯେ ପୂର୍ବ ସରକାର ମାନଙ୍କୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ବୁଦ୍ଧିଜୀବୀଙ୍କ ଦ୍ବାରା ବହୁବାର ପ୍ରସ୍ତାବ ସହ ନିବେଦନ କରା ଯାଇଥିଲେ ମଧ୍ଯ ତାହା ଫଳବତୀ ହୋଇପାରି ନାହିଁ।ପ୍ରାୟ ଏକକୋଟି ଜନସାଧାରଣ ବାସ କରୁଥିବା ଏହି ଅଞ୍ଚଳ ଖଣି ଖାଦାନ, ପ୍ରାକୃତିକ ସମ୍ପଦରେ ଭରପୁର। ରାଜ୍ଯ ରାଜକୋଷକୁ ଏହି ଅଞ୍ଚଳରୁ ରାଜସ୍ବ ଭରଣା କରିବାରେ ଏକ ସିଂହ ଭାଗର ଅବଦାନ ରହିଛି।କିନ୍ତ ବିକାଶ କ୍ଷେତ୍ରରେ ଏହା ଅନ୍ଯ ଅଞ୍ଚଳ ଗୁଡ଼ିକ ଠାରୁ ଢେର ପଛରେ।ଉନ୍ନତ ମାନର ଚିକିତ୍ସାର ସୁବିଧା,ଶିକ୍ଷା,ଗମନାଗମନ, ପାନୀୟଜଳ ଯୋଗାଣ, ଜଳସେଚନ, ବିଦ୍ୟୁତ ସେବା,କୃଷି,ପରିମଳ ଭଳି ମୌଳିକ ସୁବିଧାସୁଯୋଗରୁ ଗଂଜାମ, ଗଜପତି,ରାୟଗଡା,ନବରଙ୍ଗପୁର, କୋରାପୁଟ, ମାଲକାନଗିରି,କନ୍ଧମାଳ ପ୍ରଭୃତି  ବଞ୍ଚିତ। ଫଳରେ କାମଧନ୍ଦା ନ ପାଇ ଏ ସବୁ ଅଞ୍ଚଳର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି।ବିକାଶ ପରିଷଦ ଗଠନ ହେଲେ ଅର୍ଥନୈତିକ ପ୍ରଗତି ସହ ଏ ସମସ୍ଯାକୁ ରୋକାଯାଇ ପାରିବ। ରେଳ ଯୋଗାଯୋଗ,ବିମାନ ଘାଟୀ,କୋଷ୍ଟାଲ୍ ହାଇବେ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ,ଏହି ଅଞ୍ଚଳକୁ ଅଣଦେଖା କରାଯାଉଛି।ଫଳରେ ପର୍ଯ୍ଯଟନ ଶିଳ୍ପ ମଧ୍ଯ ଅଗ୍ରଗତି କରି ପାରୁ ନାହଁ। ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇ ସଂପୃକ୍ତ ଅଂଚଳର ବିଧାୟକ ଓ ସାଂସଦ ମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଗଲାଣି।କିନ୍ତ ଦକ୍ଷିଣ ଓଡିଶା ବିକାଶ ପରିଷଦ  ଗଠନ ପାଇଁ ରାଜ୍ଯସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।ତୁରନ୍ତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ରାଜ୍ଯସରକାର ଦଶ.ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ଗଠନ ସହ ତିନି ହଜାର କୋଟି ଟଙ୍କା ବ୍ଯୟ ବରାଦ ପାଣ୍ଠି ସୃଷ୍ଟି କରି ଆଗାମୀ ବଜେଟରେ ଉପସ୍ଥାପନ କରିବା ପାଇଁ ଯତ୍ନଶୀଳ ହୁଅନ୍ତୁ।

ଅନ୍ୟଥା ଏକ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ଡଃ ଶିବ ପ୍ରସାଦ ମିଶ୍ର, ସୁଷମା ପଣ୍ଡା,ବିଶ୍ବଦେବ,ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା,ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ, ସମାଜ ସେବୀ ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS