ଦଶହରା ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ{ ମାନସ କୁମାର ସାହୁ }ଆଗାମୀ ଦଶହରା ପର୍ବକୁ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଜିଲ୍ଲାରେ ଥିବା ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରିଥିଲେ, ପ୍ରଶାସନ ର ନିଷ୍ପତି ଅନୁଯାୟୀ ଡି ଜେ ବାଜିବା ସମ୍ପୂର୍ଣ୍ଣ ବନ୍ଦ, ରାତ୍ର ୧୦ ଟା ସୁଦ୍ଧା ସମସ୍ତ ଭସାଣୀ ସରିବ, ଉଚ୍ଚ ଶବ୍ଦ କରୁଥିବା ବାଣ ଫୁଟାଇବା ନିଷେଧ ହେଲା, ଭସାଣି ରେ ଖଣ୍ଡା, ବାଡି ଇତ୍ୟାଦି ଖେଳ ନିଷେଧ ହେଲା, ଭସାଣି ସମୟରେ ଗାମୁଛା ବୁଲାଇବା ଓ ଗନ୍ ଫାୟାର କରିବା ବନ୍ଦ ହେବ, ବ୍ୟାଣ୍ଡ ପାର୍ଟି ଆଗରେ ସର୍ବାଧିକ ୬ ଗୋଟି ବକ୍ସ ବାନ୍ଧିବାକୁ ଅନୁମତି ମିଳିବ, ଗଣ୍ଡଗୋଳ ଆଶଙ୍କା ଥିଲେ ପ୍ରଶାସନ ଭସାଣୀ ପାଇଁ ଅନୁମତି ଦେବ ନାହିଁ କିମ୍ବା ଅଧାରୁ ଭସାଣୀ ବାତିଲ କରିପାରିବ ।
ମଣିଭଦ୍ରା ଖବର,କଟକ
Post a Comment