BREAKING
Loading...
:

ଆଜିର ତାଜା ଖବର (ମଣିଭଦ୍ରା ଖବର)

  ଆଜିର ତାଜା ଖବର (ମଣିଭଦ୍ରା ଖବର)

ତାରିଖ:୧୭/୦୯/୨୪, ମଙ୍ଗଳବାର 

୧-ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା, ଆକାଉଣ୍ଟକୁ ୧ଟଙ୍କା ନଆସିଥିଲେ ବି ମିଳିବ ସୁଭଦ୍ରା ଟଙ୍କା।

୨-ସୁଭଦ୍ରାରେ ମାତିଲେଣି ସାଇବର ଠକ !, "କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ "।

୩-କଟକ:ଇ-ରେଜିଷ୍ଟ୍ରେସନରେ କମ୍ପାନୀ ମାଲାମାଲ,ଜନତା ଶୋଷିତ।

୪-ଫ୍ରାନ୍ସ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡିଶାକୁ  ମିଳିଲା ୨ ପୁରସ୍କାର।

୫-ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନା, ୫ ଗିରଫ,୨ଟି ଗାଡି ଜବତ।

୬-ଯାଜପୁର ରୋଡ,ତେନ୍ତୁଲିଖୁଣ୍ଟା ଗାଁ:କାର୍ ଭିତରେ ବିରାଟକାୟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ହେଲା ଉଦ୍ଧାର।

୭-ବରମୁଣ୍ଡା ବସଷ୍ଟାଣ୍ଡ ପାଖ ମଦ ଦୋକାନ:ବିଦେଶୀ ମଦ ଦୋକାନରେ ଚଢ଼ାଉ, JCB ମେସିନରେ ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ।

୮-ଆଳି: ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର, ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି।

୯-କଟକ ଯୋବ୍ରା ଆନିକଟ ବ୍ରିଜ ଉପରେ ସିରିଜ ଦୁର୍ଘଟଣା, ୪ ଗୁରୁତର ଏସସିବି ସ୍ଥାନାନ୍ତର

୧୦-ମାଲକାନଗିରି:ବନ୍ୟା ପରେ ଏବେ ଦୁର୍ଗମ ଅଞ୍ଚଳରେ ବ୍ୟାପିଛି ଡାଇରିଆ, ଝାଡ଼ାବାନ୍ତିରେ ୬ ମୃତ ୩୨ରୁ ଅଧିକ ଆକ୍ରାନ୍ତ।

୧୧-ସୁନା ଦୋକାନୀଙ୍କ ଉପରେ ଗୁଳିମାଡ଼, ଘଟଣାସ୍ଥଳରେ କାକଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।

୧୨-ଜଗତପୁର: ନିଶାସକ୍ତ ସ୍କର୍ପିଓ ଚାଳକର ସିରିଜ ଦୁର୍ଘଟଣା,୧୦ ଆହତ।

୧୩-ଗଭୀର ଅବପାତ ଯୋଗୁ ରାଜ୍ୟରେ ଲାଗି ରହିଛି ବର୍ଷା, ମୁକାବିଲା ପ୍ରସ୍ତୁତି ନେଇ ୩ ଜିଲ୍ଲାପାଳଙ୍କ ସହ SRCଙ୍କ ସମୀକ୍ଷା।

୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍‌‌ କଟକଣା,ଜୟଦେବ ବିହାର-ନାଲକୋ ଛକ ରାସ୍ତାରେ ରହିବ କଟକଣା।

୧୫-କେନ୍ଦୁଝରରେ ହାତୀ ଉପଦ୍ରବ, ଧାନ ସହ ଖାଇଦେଲେ ଧାନଡୁଲିରେ ଥିବା  ୧୦ ହଜାର ଟଙ୍କା !

୧୬-ବାରିପଦା:ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ।

୧୭-ଆଜିଠୁ କମିବ ବର୍ଷା, ମୟୁରଭଞ୍ଜ ଓ ବାଲେଶ୍ବରରେ ସ୍ଥିତି ବେହାଲ।

୧୮-ରାୟଗଡ଼ା:କେଉଟଗୁଡା ନିକଟରେ ଅତଡ଼ା ଧସି ରେଳ ଚଳାଚଳ ବାଧାପ୍ରାପ୍ତ।

୧୯-ସେପ୍ଟେମ୍ବର ୧୮ରେ ଲଞ୍ଚ ହେବ NPS- ବାତ୍ସଲ୍ୟ ଯୋଜନା, ପିଲାଙ୍କ ଭବିଷ୍ୟତ ପାଇଁ ରହିବନି ଅଭିଭାବକଙ୍କ ଚିନ୍ତା।

୨୦-କଲିକତା: ଆନ୍ଦୋଳନକାରୀ ଡ଼ାକ୍ତରଙ୍କ ୩ ଦାବି ମାନିଲେ ମମତା।


 ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS