BREAKING
Loading...
:

.ଜିଲ୍ଲାପାଳ ମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ,ଥାନା ଦୁର୍ବ୍ୟବହାର କଥା ପୁଣି ମନେ ପକାଇଲେ

 ଜିଲ୍ଲାପାଳ ମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ,ଥାନା ଦୁର୍ବ୍ୟବହାର କଥା ପୁଣି ମନେ ପକାଇଲେ 

ଭୁବନେଶ୍ଵର (ମଣିଭଦ୍ରା ଖବର) ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ଦୁର୍ବ୍ୟବହାରର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ମଧ୍ୟ ଜିଲ୍ଲାପାଳ ସମ୍ମିଳନୀରେ ଉଦାହରଣ ଦେଇଛନ୍ତି । କିଭଳି ତାଙ୍କୁ ଥାନାରୁ ଗେଟ୍‌ ଆଉଟ୍‌ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୋଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ ।

ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସଂପୃକ୍ତ ଥାନା ଅଧିକାରୀଙ୍କୁ ସେ କ୍ଷମା କରିଦେଇଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS