BREAKING
Loading...
:

ପୋଖରୀରେ ବୁଡି ଯୁବକ ମୃତ

 ପୋଖରୀରେ ବୁଡି ଯୁବକ ମୃତ                                 

ଖଣ୍ଡପଡା (ମଣିଭଦ୍ରା ଖବର) ସହରାନ୍ଚଳ ସ୍ଥିତ ୧ ନ° ୱାର୍ଡରେ ଅବସ୍ଥିତ ନୂଆପୋଖରୀ ପାଣିରେ ବୁଡି ଜୈନକ ମାନସିକ ବକଳାଙ୍ଗ ଯୁବକଙ୍କର ଅକାଳ ବିୟୋଗ ଘଟିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ୧ନଂ ୱାର୍ଡର ସୁନାମୂହିଁ ନଦୀ ପାର୍ଶ୍ବରେ ବାସକରୁଥିବା ମାଟିଆ ଡାକୁଆଙ୍କ ବଡପୁଅ ସନ୍ତୋସ ଡାକୁଆ (୩୭ବର୍ଷ)ଜଣେ ଅର୍ଧ ମାନସିକ ବିକାର ଗ୍ରସ୍ତ ଯୁବକ ଥିଲେ। ଶନିବାର ଶ୍ରୀଗଣେଷ ପୂଜା ଖଣ୍ଡପଡା ଅଂଚଳରେ ପାଳିତ ହେଉଥିବାବେଳେ ଅପରାହ୍ନ ଚାରିଟା ବେଳେ ସନ୍ତୋଷ ଶୌଚ ହେବାସମୟରେ ଅପସ୍ମାରୁ ବେମାର ହେବା ଯୋଗୁଁ ଅଳ୍ପ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଧାର କରି କୂଳକୁ ଆଣିଥିଲେ।ଖବର ପାଇ ଖଣ୍ଡପଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସି ସେଠାରୁ ତାଙ୍କୁ ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପ୍ରଚାରିତ  ହେବାପରେ ସ୍ଥାନିୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।


ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

أحدث أقدم
Header ADS