BREAKING
Loading...
:

ନିର୍ମାଣ" ଅନୁଷ୍ଠାନର ସମ୍ବାଦଦାତା ସମ୍ମିଳନ

 "ନିର୍ମାଣ" ଅନୁଷ୍ଠାନର ସମ୍ବାଦଦାତା ସମ୍ମିଳନ

ଦଶପଲ୍ଲା(ମଣିଭଦ୍ରା ଖବର) ଗତ ୨୦୧୬ ମସିହା ଠାରୁ ଦଶପଲ୍ଲା ବ୍ଳକ୍ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଥିବା ସ୍ବେଚ୍ଛାସେବୀ ସଙ୍ଗଠନ "ନିର୍ମାଣ" ୯ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୨୦ହଜାର ଚାଷୀ ଙ୍କ ସହ ଯୋଡି ହୋଇ ପାରିଥିବା କହିଥିଲେ ।  ନିର୍ମାଣ ମୂଖ୍ୟତଃ ଚାଷ ଏବଂ ଚାଷୀର ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ସେଥି ସହିତ ଜଡିତ ଜଙ୍ଗଲ ଜମି,  ପରିବେଶ,  ଜଳ ପରିଚାଳନା, ସ୍ବାସ୍ଥ୍ୟ, ଫସଲ ସୁରକ୍ଷା ଆଦି ସହ ମଧ୍ୟ କାର୍ଯ୍ୟ କରୁଛି । ଏସମ୍ପର୍କରେ ସଂସ୍ଥାର ରାଜ୍ୟ ସଂଯୋଜିକା ଅରୁଣିମା ସ୍ବାଇଁ ବିସ୍ତୃତ ବର୍ଣ୍ଣନା କରି କହିଲେ ଆମେ ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ ସେଥିରେ ନିଜେ ଚାଷୀ, ସାଧାରଣ ଜନତା ଏବଂ ସମ୍ବାଦ ଦାତା ମାନେ ସାମିଲ ହେଲେହି ଏହା ପୂର୍ଣ୍ଣାଙ୍ଗ ହୋଇପାରିବ ‌ । ଏନ୍ ସିଏନ୍ ଏଫ ର ରାଜ୍ୟ ସଂଯୋଜକ ଡଃ ମହମ୍ମଦ ଇମ୍ରାନ ଅଲ୍ଲୀ ପାଣିପାଗ ପରିବର୍ତନ ର ପ୍ରଭାବ ଚାଷ ଉପରେ ପଡ଼ୁଥିବାରୁ ତାକୁ କିଭଳି ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଶେଷରେ ରବିନାରାୟଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS