BREAKING
Loading...
:

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ପ୍ରଶ୍ନ,ରାଉତପଡା ଠାରେ ବ୍ୟାରେଜ ନିର୍ମାଣ କେବେ ତ୍ବରାନ୍ବିତ ହେବ

 ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ପ୍ରଶ୍ନ,ରାଉତପଡା ଠାରେ ବ୍ୟାରେଜ ନିର୍ମାଣ କେବେ ତ୍ବରାନ୍ବିତ ହେବ ?

ଭୂବନେଶ୍ବର (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ରାଉତପଡା ଠାରୁ ଡିମିରିଆ ପର୍ଯ୍ୟନ୍ତ  ମହାନଦୀରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କି ପଦକ୍ଷେପ ନିଆଯାଇଛି ଏବଂ କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବିଧାନସଭାର ପ୍ରଶ୍ନ କାଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଶ୍ନ କରିଥିବା ଜଣାପଡିଛି । 


ଏହାର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଯେ ମହାନଦୀ ଜଳକୁ ସଂରକ୍ଷଣ କରିବା ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାଉତପଡା ଠାରୁ ଡିମିରିଆ ମଧ୍ୟରେ ମହାନଦୀରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ସର୍ଭେ ଓ ଅନୁସନ୍ଧାନ ପାଇଁ ପଦକ୍ଷେପ ନିଆଯାଉଅଛି ଏବଂ ଏହା ପରେ ଟେଣ୍ଡର ପ୍ରକ୍ରିୟା ପାଇଁ ବିହିତ ପଦକ୍ଷେପ ନିଆଯିବ। ଏହି ପ୍ରକଳ୍ପ ୨୦୨୮_୨୯ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ । ସୂଚନାଯୋଗ୍ୟ ଯେ ରାଉତପଡା ଠାରେ ମହାନଦୀରେ ବ୍ୟାରେଜ ନିର୍ମାଣ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ହୋଇ ରହିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS