କୃଆଁରିଆ ବ୍ରୀଜ୍ ରାସ୍ତା ମରାମତି, ଟ୍ରାଫିକ ଜାମ୍
ଦଶପଲ୍ଲା : - ( ଶିବାନୀ ଦୀପାଂଜଳୀ ) ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଦୂର୍ଗାବଜାର ସନ୍ନିକଟ କୁଆଁରିଆ ବ୍ରିଜ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଇବା ପରେ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବାରୁ ବ୍ୟସ୍ତ ବହୁଳ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି । ଶନିବାର ଦିନ ଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ରାସ୍ତା ମରାମତି ବେଳେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଦୁଇ କଡ଼ରେ ଶତାଧିକ ଗାଡ଼ି ଠପ୍ ହୋଇ ଯାଇଥଲା । ରୋଗୀ, ଛାତ୍ର ଛାତ୍ରୀ କେହିବି ବାଦ୍ ପଡ଼ି ନଥିଲେ । ବ୍ୟସ୍ତ ବିବ୍ରତ ଅବସ୍ଥାକୁ ସମ୍ଭାଳିବାକୁ ଥାନା ଅଧିକାରୀ ମୁକେଶ୍ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଂଚି ଝାଳନାଳ ହୋଇ ବହୁ କଷ୍ଟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । କାଉନ୍ସିଲର ସନୋଜ କୁମାର ସାହୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ବେଶ୍ ତପ୍ରଥୁବା ଦେଖିବାକୁ ମିଳିଥ୍ଲାଲା । ଏହି ବ୍ରିଜ୍ ରାସ୍ତା କୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସର୍ବ ସାଧାରଣ ରେ ଦାବି ହେଉଛି ।
ମଣିଭଦ୍ରା ଖବର
Post a Comment