BREAKING
Loading...
:

ବସୁନ୍ଧରା ଯୋଜନାରେ ଆବେଦନ କରିବା ପାଇଁ ଗଣିଆରେ ବୁଲିଲା ପ୍ରଚାର ଗାଡି

ବସୁନ୍ଧରା ଯୋଜନାରେ ଆବେଦନ କରିବା ପାଇଁ ଗଣିଆରେ ବୁଲିଲା ପ୍ରଚାର ଗାଡି

ଗଣିଆ (ମଣିଭଦ୍ରା ଖବର) ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଗଣିଆ ତହସିଲ ଅଧିନରେ ବସବାସ କରୁଥିବା ଆଇନ ଅନୁଯାୟୀ ଯୋଗ୍ୟ ବିବେଚିତ ଘରଡିହ ଶୂନ୍ୟ ପରିବାରକୁ ବସୁନ୍ଧରା ଯୋଜନାରେ ବାସପଯୋଗୀ ଘରଡିହ ପଟ୍ଟା ପ୍ରଦାନ ନିମନ୍ତେ ତା ୧୬/୦୮/୨୪ ରିଖ ଠାରୁ ତା ୧୫/୦୯/୨୪ ରିଖ ପଯ୍ୟନ୍ତ ସର୍ବେକ୍ଷଣ କାର୍ଯ୍ୟ ଚାଲୁ ରହିଅଛି । ଏହି ସମୟରେ ରାଜସ୍ବ ନିରୀକ୍ଷକ ମାନେ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଭୂମିହିନ ପରିବାରକୁ ଚିହ୍ନଟ କରିବା ସହିତ ସେମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବେ । ଏତଦବ୍ୟତୀତ ଆବଶ୍ୟକୀୟ ସମସ୍ତ କାଗଗଜପତ୍ର ନେଇ ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ । ସେଥିପାଇଁ ଆଜିଠାରୁ ଗଣିଆରେ ଏକ ପ୍ରଚାର ଗାଡି ବୁଲିବା ସହିତ ଜନସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଘରଡିହ ଶୂନ୍ୟ ପରିବାର ତୁରନ୍ତ ସମସ୍ତ କାଗଜପତ୍ର ସହିତ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିବାକୁ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ଗଣିଆ ପଞ୍ଚାୟତ ପରିସରରେ ଭୂମିହୀନ ପରିବାର ଏକତ୍ରିତ ହୋଇ ଆବେଦନ ଫର୍ମ ଗ୍ରହଣ କରିଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS