ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦଶପଲ୍ଲା,୩୧/୮(ମଣିଭଦ୍ରା ଖବର)
ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଵାରପୁରିକିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ସାହୁ ଆଜି ଅବସର ନେଉଥିବାରୁ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଶ୍ରୀମତୀ ସାହୁ ୩୬ବର୍ଷର ଚାକିରୀ କାଳ ମଧ୍ୟରୁ ଏହି ବିଦ୍ୟାଳୟରେ ଦୀର୍ଘ ୧୫ବର୍ଷ ଶିକ୍ଷକତା କରିଥିବାରୁ ବହୁ ଛାତ୍ରଛାତ୍ରୀଙ୍କୁ ମଣିଷ ଭଳି ମଣିଷ କରିବାକୁ ଚେଷ୍ଟା କରିଥିବା କହିବା ସହ ଏବେ ତାଙ୍କ ଛାତ୍ରଛାତ୍ରୀ କେତେକ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହେଲେଣି ବୋଲି କହିଥିଲେ ।
ବିଦ୍ୟାଳୟର ଅନୁଶାସନ ଠିକ୍ ଥିବାରୁ ଚାକିରୀ କରିଥିବା ପିଲାମାନେ ବି ମୋତେ ସମ୍ମାନ ଦିଅନ୍ତି । କେବଳ ଜଣେ ଶିକ୍ଷୟତ୍ରୀ ନୂହେ ଜଣେ ମା ' ଭଳି ସ୍ନେହ ବି କରେ। ତମେ ମାନେ ଭଲ ମଣିଷ ହୁଅ ବୋଲି ଲୁହ ଛଳଛଳ ଆଖିରେ ପିଲାମାନଙ୍କୁ କହିଥିଲେ। ତାଙ୍କର ଏଇ ବିଦାୟ କାଳୀନ ସମୟକୁ ମନେରଖିବା ପାଇଁ ପୂର୍ବରୁ ଡିଜାବଲ୍ ରିଲିଫ୍ ଅର୍ଗାନାଇଜେସନ୍ ଦ୍ବାରା କରାଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ସେମାନେ ହେଲେ ୧ମ ର ଅମିତା ଘଡେ଼ଇ,୨ୟର ଅଭିଜିତ ମହାଳିକ, ୩ୟର ଅନ୍ବେଷା ପ୍ରୀୟଦର୍ଶିନୀ, ୪ର୍ଥର ରୁଦ୍ରନାରାୟଣ ସାହୁ, ୫ମ ର ସ୍ମୃତି ଲିପ୍ସା ସୁବୁଦ୍ଧି । ଏଥିରେ ଶିକ୍ଷୟତ୍ରୀ ସସ୍ମିତା ଦାଶ, ଅନୁଷ୍ଠାନ ସମ୍ପାଦକ ଲକ୍ଷ୍ମୀଧର ଵେହେରା,ଡା.ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ନାରାୟଣ ପୃଷ୍ଟି କାର୍ଯ୍ୟ କ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment