BREAKING
Loading...
:

ଖଣ୍ଡପଡା ଜଗନ୍ନାଥ ମନ୍ଦିର ରେ ଝୁଲଣ ଯାତ୍ରା ଅନୁଷ୍ଠିତ

 ଖଣ୍ଡପଡା ଜଗନ୍ନାଥ ମନ୍ଦିର ରେ ଝୁଲଣ ଯାତ୍ରା ଅନୁଷ୍ଠିତ

ଖଣ୍ଡପଡ଼ା (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଳା ଖଣ୍ଡପଡା ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଝୁଲଣ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହା ଗୁରୁବାର ଅଧିବାସର ସମସ୍ତ ଦେବ କାର୍ଯ୍ଯ ନୀତି ନିୟମ ଅନୁସାରେ ପାଳନ କରା ଯାଇ ଶୁକ୍ରବାର ଏକାଦଶୀ ତିଥିରେ ଦେବନୀତି ସୂର୍ଯ୍ୟ ପୂଜା ,ଅଙ୍କୁର ରୋପଣ,ପୂଜାବିଧି ସମ୍ପୂର୍ଣ୍ଣ କରି ମହାପ୍ରଭୁ ଝୁଲଣ ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ ବୋଲି ମୂଖ୍ୟ ପୂଜକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର କହିଛନ୍ତି ।ଏହି ଝୁଲଣ ଯାତ୍ରା ଦୀର୍ଘ 300 ବର୍ଷ ଧରି ଦେବୋତ୍ତର ବିଭାଗ ଖଣ୍ଡପଡା ରାଜବାଟି ତରଫରୁ ଚାଲୁ କରାଯାଉଛି । ସର୍ବପ୍ରଥମେ  ଖଣ୍ଡପଡା ରାଜା ରାମଚନ୍ଦ୍ର ସିଂହ ଏହି ପବିତ୍ର ଝୁଲଣ ଯାତ୍ରା ଆରମ୍ଭ କରିଥିଲେ। ମନ୍ଦିର ପୂଜକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଗୋପୀନାଥ ମନ୍ଦିର ପୂଜକ ରାଜେଶ ଦାଶ, ଆଳତୀୟା ଦିଲ୍ଲୀପ କୁମାର ଦାଶ, ଗୀତିକାର ଚଣ୍ଡୀ ଚରଣ ରଥ , ବାଦ୍ୟକାର ବିଭୂତି ଭୂଷଣ ମହାପାତ୍ର , ଦୁଆରୀ ସେବାୟତ ଅବିନାଶ କର ଓ ପ୍ରଭାତ ପଶାୟତ ସମେତ ସମସ୍ତ ସେବାୟତ ଙ୍କ ସହଯୋଗରେ ଭଜନ କୀର୍ତ୍ତନ , ହରିବୋଲ ହୁଳହୁଳି ଧ୍ବନିରେ ମନ୍ଦିର ପରିସର ତଥା ଆଖ ପାଖ ଅଞ୍ଚଳ ଓ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଛି । 

ମହାପ୍ରଭୁ ଜଗନ୍ନାଥ , ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଦେବ , ଭଉଣୀ ସୁଭଦ୍ରା ଦେବୀଙ୍କ ସହିତ ଝୁଲଣ ଦୋଳିରେ ବସି ଦୋଳି ଖେଳିବା ସହିତ ରାଧାକୃଷ୍ଣ ଉଭୟେ ଝୁଲଣରେ ଝୁଲି ଝୁଲି ଦୋଳି ଖେଳିଥାନ୍ତି । ଏହି ଝୁଲଣ ଯାତ୍ରା ଦେଖିବାକୁ ଖଣ୍ଡପଡା ସହର ତଥା ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଆସି ଉପଭୋଗ କରିଥାନ୍ତି।

ଖଣ୍ଡପଡ଼ାରୁ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ 

Post a Comment

Previous Post Next Post
Header ADS