ଢ଼ାବା ପରିସରରୁ ୩୦ କିଲୋ ସମ୍ବର ମାଂସ ଜବତ,ଜଣେ ଗିରଫ
କଟକ(ମଣିଭଦ୍ରା ଖବର) ଢାବାରେ ହେଉଥିଲା ଖୁଲମଖୁଲା ସମ୍ବର ମାଂସ ବିକ୍ରି । ଦୀର୍ଘ ଦିନ ହେବ ଚାଲିଥିଲା ଏହି ବେପାର । ପ୍ରଶାସନ ଆଖିରେ ଧୂଳି ଦେଇ ଚାଲିଥିଲା କାରବାର । ତେବେ ଏହି ଢ଼ାବା ଉପରେ ଚଢ଼ଉ କରିଛି ବନବିଭାଗ ।
ନରସିଂହପୁର ପୂର୍ବ ବନ ବିଭାଗ ପକ୍ଷରୁ ଦେବଭୂମି ଶାଳପଶୀ ନିକଟରେ ଥିବା ଢାବାରେ ଚଢ଼ାଉ କରି ପ୍ରାୟ ୩୦ କେଜି ସମ୍ବର ମାଂସ ଜବତ କରିବା ସହ ଗୋଟିଏ ସ୍କୁଟି, ଗୋଟିଏ ବାଇକ, ଗୋଟିଏ ଫ୍ରିଜର ମଧ୍ୟ ଜବତ ହୋଇଛି । ଏହି ଘଟଣା ରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ଖୋଳତାଡ଼ ଜାରି ରହିଛି । ସମ୍ବର ମାଂସ କିଏ ଯୋଗାଉଥିଲା ତାର ପତ୍ତା ମିଳିନଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି ।
ମାନସ କୁମାର ସାହୁ, କଟକ
Post a Comment