BREAKING
Loading...
:

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

 ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ 


ନୂଆଦିଲ୍ଲୀ (ମଣିଭଦ୍ରା ଖବର) ଦେଶର ୭୮ ତମ ସ୍ବାଧିନତା ଦିବସ ପାଳନ  ପୂର୍ବରୁ ରାଷ୍ଟ୍ରପତି ଦୈପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ ଦେଶବାସୀ ୭୮ ତମ ସ୍ବାଧିନତା ଦିବସ ପାଳନ ପୂର୍ବରୁ ପ୍ରସ୍ତୁତି କରୁଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ । ସ୍ବାଧୀନତା ଦିବସ ଅବସରରେ ଆମେ ଉଡୁଥିବା ତ୍ରିରଙ୍ଗାକୁ ଦେଖିବା,ଯାହାକି ଆମ ଉତ୍ସାହକୁ ଦ୍ଵିଗୁଣିତ କରିବ । ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ଦଳ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ସେଥିପାଇଁ ମୁଁ ଖେଳାଳୀଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରୁଛି । ସାରା ଦେଶ ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ତତ୍ପର ଅଛି । ଏହି ଉଲ୍ଲାସର ମୁହୁର୍ତ୍ତରେ ମୁଁ ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଜଣାଉଛି । ମୁଁ ସେନାର ସାହାସୀ ଯୁବକ ମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି ଯେଉଁମାନେ ନିଜ ଜୀବନକୁ ବଳୀ ଦେଇ ଆମ ସ୍ବାଧୀନତାର ରକ୍ଷା କରୁଛନ୍ତି । 

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS