ପ୍ରଧାନ ଶିକ୍ଷକ ମାନଙ୍କ ନବମ ବ୍ଲକ ସ୍ତରୀୟ ମାସିକ ଆଲୋଚନା ବୈଠକ........
କଟକ(ମଣିଭଦ୍ରା ଖବର) ଉଚ୍ଚ ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କୁ ସୁନିଶ୍ଚିତ କରାଇବା ତଥା ଆବଶ୍ୟକ ଭିତ୍ତିଭୂମି ଗୁଡିକର ଉପଯୁକ୍ତ ବ୍ୟବହାର ଏବଂ ସେଗୁଡିକ ର ସୁରକ୍ଷା ସମ୍ୱନ୍ଧୀୟ ଅସୁବିଧା ଗୁଡିକର ଦୂରୀକରଣ ପାଇଁ ବଡମ୍ବା ବ୍ଲକ ଅଧିନସ୍ଥ ଅଣଚାଳିଶିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କର ନବମ ମାସିକ ଆଲୋଚନା ବୈଠକ ସ୍ଥାନୀୟ ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତ ଗଜ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି କରା ଯାଇଥିବା ମାର୍ଗଦର୍ଶିକା ରେ ଆଲୋଚ୍ୟ ଚଉଦଟି ପ୍ରସଙ୍ଗ ଉପରେ ସହ ଶିକ୍ଷା ଅଧିକାରୀ ବିବେକାନନ୍ଦ ସାହୁ, ନରେନ୍ଦ୍ର କୁମାର ରଥ, ନିର୍ମଳା ବେହେରା, ଜିଲ୍ଲା ସଂସାଧନ କର୍ମୀ ଶିକ୍ଷକ ଅଶୋକ କୁମାର ଧଳ ପ୍ରମୁଖ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ପ୍ରଧାନ ଶିକ୍ଷକ ମାନଙ୍କ ମଧ୍ୟରୁ ପବିତ୍ର ମୋହନ ପ୍ରଧାନ, କାମରାଜ ସାହୁ, ସରୋଜ କୁମାର ମିଶ୍ର, ବିଜୟ କୁମାର ଛତ୍ର, ଶ୍ୟାମବନ୍ଧୁ ବେହୁରା, ଶୈଳବାଳା ସାମଲ, ମାନସୀ ମଞ୍ଜରୀ ସେଠୀ, ପୁଷ୍ପଲତା ରାଉତ, ସସ୍ମିତା ଦାସ, ସନାତନ ବେହେରା, ସନ୍ତୋଷ କୁମାର ପରିଡା, ବିକ୍ରମ କେଶରୀ ରାଉତ, ମନମୋହନ ମହାରଣା ସୁଧାକର ପୁହାଣ ପ୍ରମୁଖ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ l ଶିକ୍ଷା ଅଧିକାରୀ ଶ୍ରୀ ମତ୍ତ ଗଜ ସିଂହ ବଡମ୍ବା ବ୍ଲକର ଶିକ୍ଷା ବ୍ୟବସ୍ଥା କୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଅନେକ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ l ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକ୍ତିପାଦ ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ବିବେକାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ମାସିକ ବୈଠକ ସେପ୍ଟେମ୍ବର ମାସରେ ଗୋପାଳ ପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି l
କଟକରୁ ମାନସ ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment