BREAKING
Loading...
:

ଗଣିଆ ରେ ଶ୍ରବଣ ଉପକରଣ ବଣ୍ଟନ ଶିବିର

 ଗଣିଆ ରେ ଶ୍ରବଣ ଉପକରଣ ବଣ୍ଟନ ଶିବିର

ଗଣିଆ (ମଣିଭଦ୍ରା ଖବର)  ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ସଭାଗୃହ ରେ ଓଡିଶା ସରକାର ଙ୍କ ତରଫ ରୁ ଶ୍ରବଣ ବାଧିତ ମାନଙ୍କୁ ମାଗଣାରେ ଉପକରଣ ବଣ୍ଟନ କରାଯାଇଅଛି । ବ୍ଲକର ୮ ଗୋଟି ପଞ୍ଚାୟତ ରେ ଭୀମଭୋଇ ସାମର୍ଥ୍ୟ ଶିବିରରେ ପଞ୍ଜିକୃତ  ଶ୍ରବଣ ବାଧିତ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ବିଷୟ ରେ ଜଣାଇ ଦିଆଯାଇଥିଲା । ସେଥିମଧ୍ୟରୁ ୧୦୦ଜଣ ଆଜିର ଶିବିରରେ ଯୋଗ ଦେଇଥିଲେ । ସେମାନଙ୍କୁ ପୁନର୍ବାର ପରୀକ୍ଷା କରାଯାଇ ମାଗଣାରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । 


ଆଜିର ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ବିଡ଼ିଓ ଡଃ ବେବିତାମଞରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଅମ୍ବିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


ଗଣିଆରୁ ପଙ୍କଜ କୁମାର ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS