ଠିକାଦାର ମାନଙ୍କ ଖାମଖିଆଲି ମନମାନି ଯୋଗୁ ଦୁର୍ଦଶା ଭୋଗୁଛନ୍ତି ଛାତ୍ର ଛାତ୍ରୀ ଓ ଜନସାଧାରଣ l
ବୌଦ୍ଧ (ମଣିଭଦ୍ରା ଖବର) ହରଭଙ୍ଗା ବ୍ଲକ ଅଧିନସ୍ଥ
ବିରନରସିଂହ ପୁର ଗ୍ରାମ ପଞ୍ଚାୟତ ର କରଡ଼ି ଜଗନ୍ନାଥରାସ୍ତା ଠାରୁ ବିରନରସିଂହ ପୁର ମୁଖ୍ୟ ରାସ୍ତା କୁ ସଂଯଗ ହୋଇଥିବା ରାସ୍ତା ଦୂରତା ପ୍ରାୟ 4.5 କି :ମି ହୋଇଥିଲେ ମଧ୍ୟ ଏହି ରାସ୍ତା ରେ 7 ଟି ଗ୍ରାମ ତଥା କରଡ଼ି, ମହାକୁଡ଼ ପାଲି, ନୂଆକରଡ଼ି, ମହୁଲବୁରି, ଗୁରାଣ୍ଡିସହି,ସୁବଳୟା,ଓ ଦୁମ୍ବୁରୀମୁଣ୍ଡା ଗ୍ରାମ ର ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯାତାୟତ କରୁଛନ୍ତି l ଏହି ରାସ୍ତା ଗତ କିଛି ମାସ ହେଲା ଜଣେ ଠିକାଦାର କାମ କରୁଛି କୌଣସି ବାଇପାସ ରାସ୍ତା ନକରି ସେ ରାସ୍ତା ରେ ଥିବା ପୋଲ ଗୁଡିକ ଭାଙ୍ଗି ଦେଇଛି l ସରକାର ବାଇପାସ ରାସ୍ତା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମଞ୍ଜୁରୀ କରୁଛନ୍ତି l ସେ ଟଙ୍କା ହଡପ କରି ଠିକାଦାର ଓ କାର୍ଯ୍ୟରତ ଯନ୍ତ୍ରୀ କୌଣସି ବାଇପାସ ରାସ୍ତା ନ ଦେବାରୁ ଗତକାଲି କାଳବୈଶାଖୀ ର ପ୍ରଭାବ ରେ ବହୁତ ଦୁର୍ଦଶା ଭଗୁଛନ୍ତି ଛାତ୍ର ଛାତ୍ରୀ ଓ ଜନ ସାଧାରଣ l ଏହାର ତୁରନ୍ତ ବାଇପାସ ନିର୍ମାଣ କରିବାକୁ ଜନ ସାଧାରଣ ରେ ଦାବି l
ରିପୋର୍ଟ ସଞ୍ଜୟ କୁମାର ନନ୍ଦ
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l
Post a Comment