BREAKING
Loading...
:

ପୁଅ ଓ ବୋହୂ ର ଝଗଡ଼ାରେ ପୁଅର ଗୁଳି ମାଡରେ ବାପା ଗୁରୁତର , ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ

 ପୁଅ ଓ  ବୋହୂ ର ଝଗଡ଼ାରେ  ପୁଅର ଗୁଳି ମାଡରେ ବାପା ଗୁରୁତର , ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ । 

 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

 ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରି ଗାଁ ରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତର ହେଲେ ବାପା ଗଙ୍ଗାଜଳ ମେହେର । ପ୍ରଥମେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ପୁଅ ଓ ବୋହୂ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ରେ ପୁଅ ରାଗିଯାଇ ବୋହୂକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବହୁ କୁ ରକ୍ଷା କରିବା ପାଇଁ ସାମ୍ନା କୁ ଚାଲି ଆସିଥିଲେ । ଫଳରେ ଗୁଳି ଟି ତାଙ୍କ ଦେହ ରେ ବାଜି ଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା କୁ ନେଇ ଡୁଙ୍ଗୁରିପାଲି ଥାନା ରେ ଏକ ମାମଲା ରୁଜୁ ହୋଇ ଘଟଣା ର ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS