BREAKING
Loading...
:

ଖଣ୍ଡପଡାରେ ରକ୍ତଦାନ ଶିବିର ଅନୁଷ୍ଠିତ

 ଖଣ୍ଡପଡାରେ ରକ୍ତଦାନ ଶିବିର ଅନୁଷ୍ଠିତ



ଖଣ୍ଡପଡ଼ା ( ମଣିଭଦ୍ରା ଖବର)ଉତ୍କଳ ଦିବସ ଅବସରରେ ଖଣ୍ଡପଡା ପଠାଣି ସାମନ୍ତ ସଂଗ୍ରାହଳୟ ପରିସରରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରୁ ମୋଟ କୋଡିଏ ଇୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡିଛି l ପଠାଣି ସାମନ୍ତ ପୂଜ୍ୟ ପୂଜା ଓ ମାମା ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଖଣ୍ଡପଡା ଯୁବକ ସଙ୍ଘର ସଦସ୍ୟ ମାନେ ପରିଚାଳନା କରିଥିଲେ l ଖଣ୍ଡପଡା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଯୋଗ ଦେଇ ଉଦଘାଟନ କରିବା ସହ ସ୍ବେଛାକୃତ ରକ୍ତଦାତାନୁହେଁ ଉତ୍ସାହିତ କରିଥିଲେ l ସମାଜସେବୀ ମହେନ୍ଦ୍ର କୁମାର ବାରିକ, ସୁଶାନ୍ତ କୁମାର ମହାରଣା, ପରମେଶ୍ୱର ମହାନ୍ତି ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ l ନୟାଗଡ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ l



ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS