BREAKING
Loading...
:

ଉତ୍କଳ ଦିବସ କୁ ବିରୋଧ କରି କଳା ଦିବସ ଭାବେ ପାଳନ

 ଉତ୍କଳ ଦିବସ କୁ ବିରୋଧ କରି କଳା ଦିବସ ଭାବେ ପାଳନ 




ବଲାଙ୍ଗିର (ମଣିଭଦ୍ରା ଖବର)  ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଆଜି ଏପ୍ରିଲ ୧ ତାରିଖରେ ବଲାଙ୍ଗିର ଠାରେ କଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତି ସଂଗଠନର ପ୍ରତିନିଧି ସମବେତ ହୋଇ ପ୍ରଦର୍ଶନ କରିଥିଲେ । ସମସ୍ତ କଳାବ୍ୟାଚ ପରିଧାନ ସହ କଳା ପତାକା ଉତ୍ତୋଳନ କରାଯାଇଥିଲା । ଜୟ କୋସଲ, ଏପ୍ରିଲ-୧ କଳା ଦିନ ଇତ୍ୟାଦି ସ୍ଲୋଗାନରେ ସମଗ୍ର ଅଂଚଳଟି ପ୍ରକମ୍ପିତ ହୋଇଯାଇଥିଲା । ଏହି ଅବସରରେ ଶ୍ରମିକ ନେତା ରବି ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା କୋସଲବାଦୀ ନେତା ବିଭୁଦତ୍ତ ମିଶ୍ରଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିର ଠାରେ କଳା ଦିବସ ପାଳନ: କଳାପତାକା ଉତ୍ତୋଳନ, କଳାବ୍ୟାଚ ପରିଧାନ, କୁଶପୁତ୍ତଳିକା ଦାହ ଓ ଓଡିଶା ମାନଚିତ୍ର ଫାଡ୍ କାର୍ଯ୍ୟକ୍ରମ

ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ  କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସାରା କୋଶଳାଂଚଳର କୋସଲବାଦୀମାନେ ଗୋଟିଏ ବେନର ତଳେ ସମବେତ ହୋଇ ଦୁର୍ବାର ମୁକ୍ତି ଆନ୍ଦୋଳନ ଚଳାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲବାଦୀ ସମାଜସେବୀ ବିକ୍ରମାନନ୍ଦ ବହିଦାର, ନାଗରିକ କମିଟି ସଂପାଦକ ମନୋରଂଜନ ସାହୁ, ଶିକ୍ଷାବିତ୍ ଗୋପଭୂଷଣ ନାଥ, କୋସଲବାଦୀ ସଂଗଠକ ଶରତ ହୋତା, ଡୋଳାମଣି ପ୍ରଧାନ, କିଶୋର ହୋତା, କୋଲ ଯୁବ ସମନ୍ୱୟ ସମିତି ନେତା ରିଲୁ ରଥ,କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିର ଠାରେ କଳା ଦିବସ ପାଳନ: କଳାପତାକା ଉତ୍ତୋଳନ, କଳାବ୍ୟାଚ ପରିଧାନ, କୁଶପୁତ୍ତଳିକା ଦାହ ଓ ଓଡିଶା ମାନଚିତ୍ର ଫାଡ୍ କାର୍ଯ୍ୟକ୍ରମ

ବିନୋଦ କାଲସାଏ, କର୍ମଚାରୀ ନେତା ବିଭୁତି ବିନ୍ଧାଣୀ, ଜ୍ୟୋତି ରଂଜନ ମହାନ୍ତି, ନାରୀନେତ୍ରୀ ନିରୁପମା ଉଦ୍‌ଗାତା, ଅବସରପ୍ରାପ୍ତ ସୌନିକ ସଂଘ ନେତା ପ୍ରତାପ ରଥ, କର୍ମଚାରୀ ନେତା ମନୋରଂଜନ ମିଶ୍ର , ଆଦିବାସୀ ନେତା ଧରମ ସିଂ ଧରୁଆ ଙ୍କ ସମେତ ଶତାଧିକ ବିକ୍ଷୋଭକାରୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବିକ୍ଷୋଭକାରୀମାନେ ଓଡିଶା ପ୍ରଶାସନର କୁଶପୁତ୍ତଳିକା ଦାହ କରିବା ସହ ଓଡିଶା ମାନଚିତ୍ର କୁ ଚିରି କୋସଲାଂଚଳ କୁ ଅଲଗା କରିଥିଲେ ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS