ଶିଶୁ କଲ୍ୟାଣ ବିଭାଗ ଓ C3 ତରଫରୁ ଜନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଦଶପଲ୍ଲା ( ମଣିଭଦ୍ରା ଖବର) - ସମାଜରୁ କିପରି ଭାବରେ ବାଲ୍ୟ ବିବାହ, କନ୍ୟା ଭ୍ରୁଣ ହତ୍ୟା, ନାରୀ ନିର୍ଯାତନା, ସବୁଜ ସମ୍ପଦ ନଷ୍ଟ ପରି ଘୃଣ୍ୟ କାର୍ଯ୍ୟ ନ କରିବା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ନଛିପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଥୁରିଆ ଗ୍ରାମରେ ସୋମବାର ଦିନ ସେଣ୍ଟର ଫରକଟଳାଇଜିଂ ତରଫରୁ ଏକ ଜନ ସଚେତନତା କାର୍ଯକର୍ମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କ୍ରମରେ ବ୍ଲକ ଅଧକ୍ଷା ସୁନନ୍ଦା ସାହୁ, ସରପଞ୍ଚ ବିନୋଦିନୀ ବେହେରା, ସମିତି ସଭ୍ୟ ପଦ୍ମନଭ ପ୍ରଧାନ ଉପସ୍ଥିତ ଥିଲେ । ଏଥିରେ ସେଣ୍ଟର ଫର କଟଳାଇଜିଂ ଚେଞ୍ଜ ର ଅଧିକାରୀ ସୁଭାଶିଷ ମିଶ୍ର ଓ ସ୍ଵାତିରେଖା ଦାସ ଙ୍କ ସହିତ କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ କିଶୋରୀ ମାନଙ୍କ ଗୀତ ନୃତ୍ୟ ଭଙ୍ଗିରେ ଜନ ସଚେତନତା କରାଯାଇଥିଲା । ପରେ ଅତିଥି ମାନେ ଜନ ସାଧାରଣ ମାନଙ୍କୁ ମୌଖିକ ଭାବରେ ଏହି ବିଷୟରେ ସଚେତନ କରାଇଥଲେ । ଏହା କଲେ ସମାଜରେ କିପରି ଭାବେ କୁପ୍ରଭାବ ପକାଇବ ଓ଼ ଏହାର ଆଇନ ଗତ କାଯ୍ୟନୁଷ୍ଠାନ ଗୁଡିକୁ ମଧ୍ୟ ପ୍ରକାଶ କରିଥିଲେ । ଏହି ପରି ଅସାମାଜିକ କାର୍ଯ୍ୟରୁ କିପରି ନିର୍ବୁତ୍ତ ରହିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ସଚେତନତା କରିବା ପାଇଁ ଶପଥ ପଠ କରାଇଥିଲେ । ପରିଶେଷରେ ଭଲ ନୃତ୍ୟ ପରିବେଷଣ କରିଥିବା କିଶୋରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଇଥିଲେ ।ଏହିପରି ଜନ ସଚେତନତା କାର୍ଯ୍ୟକ୍ରମ କଲେ ଦିନେ ଆମ ସମାଜରୁ ସଂପୂର୍ଣ ଭାବରେ ଏହିପରି ଘୃଣ୍ୟ କାର୍ଯ୍ୟ ଦୁରେଇ ଯିବ ବୋଲି ଉପସ୍ଥିତ ଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ପତୁରିଆ ଗ୍ରାମର ମିନି ଅଙ୍ଗନୱାଡି କର୍ମୀ ଶ୍ରୀମତୀ ସାବିତ୍ରୀ ଦାଶ ଆୟୋଜନ କରିଥିଲେ।
ରିପୋର୍ଟ ମଣିଭଦ୍ରା ଖବର, ଦଶପଲ୍ଲା
Post a Comment