ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ କଲା କିନ୍ନର ସଙ୍ଘ ।
ବଲାଙ୍ଗୀର (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସରକାର ରାଜନୀତି କରିବା ଓ ସାଧାରଣ ଙ୍କୁ ଭୁଆଁ ବୁଲେଇବା ନେଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ ଡିଭିଜନାଲ ମାଁ ଘଣ୍ଟାଶୁଣି କିନ୍ନର ସଙ୍ଗଠନ ତରଫରୁ ମୁରିବହାଲ ବ୍ଲକ ନିକଟସ୍ଥ ଗୁଡିଘାଟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ମୁଖ୍ୟ ସୋନି ଆଡଯୁଏଟ ଟିଟିଲାଗଡ ସବୁଠୁ ବଡ ରେଳ ଷ୍ଟେସନହେଉଛି ଟିଟିଲାଗଡ ଓ ଏହା ଉପରେ ପଡ଼ୋଶୀ ରାଜ୍ୟ ଓ ଜିଲ୍ଲା ର ଲୋକେ ନିର୍ଭର କରୁଥିବା ବେଳେ ବସଷ୍ଟାଣ୍ଡ ନାହିଁ। ମନ୍ତ୍ରୀ ଦାୟୀତ୍ବ ରେ ଥାଇ ଲୋକେ ଉଭୟ ମହିଳା,ଶିଶୁ ଖରା,ବର୍ଷା ରେ ବିଭିନ୍ନ ଦୋକାନ କଡ଼ରେ ଛିଡା ହୋଇ ଦୁର୍ଦ୍ଦଶା ଭୋଗିବା ଦୁଃଖ ର ବିଷୟ ବୋଲି କହି କେତେ ଲାଜର କଥା ବୋଲି ପ୍ରଶ୍ନ କରିଥିଲେ । ଡ଼ାକ୍ତରଖାନା ଯିବା ମୃତ୍ୟୁ କୁ ନିମନ୍ତ୍ରଣ କରିବା ସମାନ ଆଉ ଜିଲ୍ଲା କିଏ କରିବ ସରକାର କି ?,,,,,ସବୁ ଡ୍ରାମା ଏଣୁ କାହାକୁ କି କୌଣସି ଦଳ, ସଂଗଠନ ଉପରେ ଭରସା କରିବା ଅନୁଚିତ୍ ବୋଲି କହିଛନ୍ତି। ସେହିପରି ନିଶାମଣି ପଟେଲ କଣ୍ଟାବାଞ୍ଜି ପୌର ପରିଷଦ ହୋଇ ନ ପାରି ଥିବା ବେଳେ ଦାୟୀ କିଏ , ପ୍ରଥମେ ପୌର ପରିଷଦ କରିବା କଥା ସରକାର ଚୁପ୍ ନେତା ଚୁପ୍ ବୋଲି କହିଥିଲେ । ସଙ୍ଗଠନ ଉପ ସଭାପତି ଜେମା ନାଗ,
ଆଗାମୀ ଦିନରେ ଆମେ ନିଜେ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଦୃଢ଼ ଦାବି କରି ଦାବି ହାସଲ କରି ଦେଖେଇ ଦେବୁ ବୋଲି ପ୍ରକାଶ କରିଥିଲେ । ଏ ନେଇ ସଭାପତି ନିୟମାନୁଯାୟୀ ଦାବି ପତ୍ର ପ୍ରଦାନ ଓ ପ୍ରକ୍ରିୟା ରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । ଏହି ଭଳି ବିଭିନ୍ନ ମତ ପ୍ରକାଶ ପାଇବା ପରେ ସଂଗଠନ ପକ୍ଷରୁ ଥିବା ଆଇନଯିବି ରଘୁ ଅଗ୍ରୱାଲ, ପରାମର୍ଶଦାତା ଭାବେ ଥିବା ସଦସ୍ୟ ଡାକ ଜରିଆରେ ପ୍ରଥମେ ଦାବି ପତ୍ର ମାନ ପ୍ରେରଣ କରି ଦାବୀ ନେଇ ଆନ୍ଦୋଳନ ଆରମ୍ଭ ହେଲା ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଶେଷରେ ସୋନି ଦର୍ଜି ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment