BREAKING
Loading...
:

୧୦୯ ତମ କନ୍ଧମେଳି ସହୀଦ ସ୍ମୃତି ସମାରୋହ

 ୧୦୯ ତମ  କନ୍ଧମେଳି ସହୀଦ ସ୍ମୃତି ସମାରୋହ 



ଦଶପଲ୍ଲା (ମଣିଭଦ୍ରା ଖବର)

ଦଶପଲ୍ଲାର ଆଦିବାସୀ "କୁଇ" ଉନ୍ନୟନ ସଂଘ ପକ୍ଷରୁ କନ୍ଧମେଳି ସହୀଦଙ୍କ ୧୦୯ତମ ସ୍ମୃତି ଚାରଣ ସମାରୋହ  ଆଜି ସ୍ଥାନୀୟ ଦଶପଲ୍ଲା ସ୍ଥିତ  ମେଳିଆ ତୋଟା ନିକଟରେ ସହୀଦ ସ୍ତମ୍ଭ ପାର୍ଶ୍ବରେ ଅନୁଷ୍ଠିତ ହୋଇଯାଇଛି ।ସଂଘ ସଭାପତି  ନିତ୍ୟାନନ୍ଦ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲା ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ମୁଖ୍ୟ ବକ୍ତା ଭାବେ ଏନ୍ଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ ,ବିଶିଷ୍ଟ ଅତିଥି ଭାବେ ମହାବୀର ବଣିକ ମହାସଂଘ ସଭାପତି ଅଲେଖ ସାହୁ,ପଦ୍ମଲାଭ କହଁର,ରାମଚରଣ ମଳିକ ପ୍ରମୁଖ ଯୋଗ ଦେଇଥିଲେ ।




ସଭାପତି କହିଲେ ୧୯୧୪ମସିହାରେ ତତ୍କାଳୀନ ରାଜାଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମେଳିକୁ ପ୍ରତିହତ କରିବା ପାଇଁ ୧୯ଜଣ ଆଦିବାସୀ ଲୋକଙ୍କୁ ହତ୍ୟା କରା ଯାଇଥିଲା। ସେହି ସହୀଦ ମାନଙ୍କୁ ସ୍ମରଣ କରିବା ପାଇଁ ୨୦୧୪ମସିହା ଶହୀଦ ଶତ ବାର୍ଷିକୀ ଠାରୁ ଏହା ପାଳନକରା ଯାଉଛି । ତେବେ ଏହି ସ୍ଥାନକୁ ସଂଘ ନାମରେ କରିବା ପାଇଁ  ସରକାରଙ୍କୁ ନିବେଦନ କରିଥିଲେ । ଇତ୍ୟବସରରେ ସମାଜସେବୀ ଫୁଲୋଚନ କହଁର ,କଳାକାର ଚୈତନ୍ଯ ଜାନୀ,ଯୁବ ସାମ୍ବାଦିକ ତଥା ପ୍ରତିଭାବାନ ଯୁବ କଳାକାର ପ୍ରୀୟବ୍ରତ ଆଚାର୍ଯ୍ୟ , ସଂଜୀବ ସାହୁ (ଓ ଟିଭି),ପ୍ରଫୁଲ୍ଲ କୁମାର ପଣ୍ଡା (ସମ୍ବାଦ),ପ୍ରଫୁଲ୍ଲ କୁମାର ଦାଶ (ଓଡିଶା ଏକ୍ସପ୍ରେସ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଶ୍ବନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ସଂପାଦକ ଜଗମୋହନ ମଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS