BREAKING
Loading...
:

ବାପୁଜୀ ନାଟ୍ୟ ସଂସଦ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

 ବାପୁଜୀ ନାଟ୍ୟ ସଂସଦ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ 





ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ଼ ଜିଲ୍ଲା ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା, ଲଷ୍ମୀ ବଜାର ଠାରେ ବାପୁଜୀ ନାଟ୍ୟ ସାଂସଦ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନାଟ୍ୟ ସାଂସଦ ର ଦ୍ଵିତୀୟ ଅବଦାନ ସୁଖ ଆସିଥିଲା ଭଗାରୀ ହୋଇ ସାମାଜିକ ନାୟକ ମଞ୍ଚସ୍ଥ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଦଶପଲ୍ଲା ବିଧାୟକ  ତଥା  ନୟାଗଡ ଜିଲ୍ଲା ବିଜେଡି  ସଭାପତି   ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମାଜିକ ନାଟକ ଉଦଘାଟନ କରିବା ସହ ନାଟ୍ୟ ସଂସଦ ର ଉତ୍ତୋରତର କାମନା କରିଥିଲେ।ତତ୍ ସହିତ  ଅଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ  ଆରତୀ ସେଠି, ସମିତି ସଭ୍ୟା ମିତା ଅଧିକାରି,  ଗୁମି ସମିତି ସଭ୍ୟ  ସଞ୍ଜୀବ କୁମାର ଡାକୁଆ, ବ୍ଲକ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁଶେଖର ସେନାପତି ,  ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସୋସାଇଟି ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ, ତ୍ରିନାଥ ସ୍ୱାଇଁ, ସୁଶାନ୍ତ କୁମାର ବେହେରା,ବିମଳ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା  ନାଟ୍ୟ ସଂସଦ ର ସଭାପତି  ସୁଶାନ୍ତ କୁମାର ପଢ଼ିଆରୀ କରିଥିବା ବେଳେ  ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ବିନୋଦ କୁମାର ସାହୁ।ଏହି କାର୍ଯ୍ୟକ୍ରମ ରେ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS