ଉପଖଣ୍ଡ ଆଇନଜୀବୀ ସଂଘ ନିର୍ବାଚନ ଅନୁଷ୍ଠିତ । ପୂର୍ବଭଳି ଜିଲ୍ଲା ମାନ୍ୟତା ଦାବୀ ନେଇ କଣ ପଦକ୍ଷେପ ନେବ ରହିଛି ସାଧାରଣ ଙ୍କ ନଜର
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ ଡିଭିଜନାଲ ଆଇନଜୀବୀ ସଂଘ ର ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ରୂପେ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ଓ ସମ୍ପାଦକ ରୂପେ ଆଇନଜୀବୀ ମହେଶ ମହାନ୍ତି ନିର୍ବାଚିତ ହୋଇଛନ୍ତି । ପୂର୍ବତନ ସଭାପତି ଭାବେ ବରିଷ୍ଠ ଆଇନଜୀବି ସଞ୍ଜୟ ବେହେରା ଓ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା କରିଥିବା ବେଳେ ଶ୍ରୀ ସାହୁ ସଭାପତି ଭାବେ ଜୟ ଲାଭ କରିଥିଲେ ।
ସେହିପରି ସମ୍ପାଦକ ଭାବେ ଚଳିତ ବର୍ଷ ଆଇନଜୀବୀ ମହେଶ ମହାରଣା ଓ କାର୍ତ୍ତିକ ଛତର ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଶ୍ରୀ ମହାନ୍ତି ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଜୟ ପ୍ରକାଶ ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ଭାବେ ରୁଦ୍ର ଭରସାଗର ଓ ସହ ସମ୍ପାଦକ ଭାବେ ମକରଧ୍ବଜ ବାଗ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ, ଟିଟିଲାଗଡ ସବ ଡିଭିଜନାଲ ଆଇନଜୀବୀ ସଙ୍ଘ ତରଫରୁ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣ ଆନ୍ଦୋଳନ କରାଯାଇଥିଲା । ହେଲେ ନିର୍ବାଚନ ଆଚରଣ ବିଧି ନିୟମ ଅନୁଯାୟୀ ନିର୍ବାଚନ ପରେ ଜିଲ୍ଲା ମାନ୍ୟତା ପ୍ରଦାନ କରାଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶୃତି ଦିଆଯାଇଥିଲା । ଏ ନେଇ ସ୍ଥାନୀୟ ବିଧାୟିକା ଓ ଆଇନଜୀବୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ସହ ସ୍ଵତନ୍ତ୍ର ବୈଠକ ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା । ଆଗକୁ ନିର୍ବାଚନ ଥିବା ବେଳେ ଏହି ଦାବି ନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଏହି ଆଇନଜୀବୀ ସଂଘ ତରଫରୁ ଏ ଦାବି ପୂରଣ ନେଇ ପୁନଃ କଣ ପଦକ୍ଷେପ ନେବ ସେ ନେଇ ସାଧାରଣ ଆଶା ବାନ୍ଧିଛନ୍ତି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment