ଦୀପାଳିଙ୍କ ଉପରେ ନବୀନଙ୍କ ଭରସା, ଦୀପାଳି ଦାସ ବିଜେଡି ପ୍ରାର୍ଥୀ,
ଭୂବନେଶ୍ବର( ମଣିଭଦ୍ରା ଖବର) ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । ଆସନ୍ତା ୧୦ ତାରିଖରେ ହେବ ଭୋଟ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦୀପାଳିଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବଦାସଙ୍କ ମୃତ୍ୟୁ ପରେ ଦୀପାଳି ବାପାଙ୍କ ପଦାଙ୍କ ଅନୁସରଣ କରି ବିଭିନ୍ନ ସଭା ସମିତିରେ ଯୋଗ ଦେଉଥିଲେ ।
ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଜୋରଦାର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
ରିପୋର୍ଟ ମଣିଭଦ୍ରା ଖବର,ଭୂବନେଶ୍ବର
Post a Comment