BREAKING
Loading...
:

ସେବା ସମବାୟ ସମିତି ପକ୍ଷରୁ ଋଣ ସଚେତନତା କର୍ମଶାଳା ଅନୁଷ୍ଠିତ

 ସେବା ସମବାୟ ସମିତି ପକ୍ଷରୁ ଋଣ ସଚେତନତା କର୍ମଶାଳା ଅନୁଷ୍ଠିତ



ଖଣ୍ଡପଡା  (ମଣିଭଦ୍ରା ଖବର)ସେବା ସମବାୟ ସମିତି ପକ୍ଷରୁ ଏକ ଋଣ ସଚେତନତା କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l କର୍ମଶାଳା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ l ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟଙ୍କ ନିର୍ଦେଶକ ସଞ୍ଜୟ କୁମାର ଖୁଣ୍ଟିଆ, ଖଣ୍ଡପଡା ଶାଖା ପରିଚାଳକ ସୁଶ୍ରୀ ସଂଗୀତା ବେହେରା, ସମବାୟ ବ୍ୟାଙ୍କ ନିର୍ଦେଶକ ମାଧବ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଖଣ୍ଡପଡା ସେବା ସମବାୟ ସମିତିର ସମ୍ପାଦକ ଗୋପୀନାଥ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ସେବା ସମବାୟ ସମିତି ଜରିଆରେ କୃଷକ ମାନେ କିପରି ଲାଭ ପାଇ ପାରିବେ ସେ ସମ୍ପର୍କରେ ଅତିଥି ମାନେ ମତ ରଖିଥିଲେ l ତତ ସହିତ ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ କାର୍ଯ୍ୟକାରୀ କରଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗର ଅଧିକାରୀ ମାନେ ସୂଚନା ପ୍ରଦାନ କରିଥିଲେ l ଖଣ୍ଡପଡା ଅଞ୍ଚଳର କୃଷକ ମାନେ ସମବାୟ ସମିତିରେ ନାମ ପଞ୍ଜିକରଣ କରି ଯୋଜନାର ଲାଭ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମର ପାଞ୍ଚ ଶହରୁ ଉର୍ଦ୍ଧ କୃଷକ ଯୋଗ ଦେଇଥିଲେ l



ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS