BREAKING
Loading...
:

କୃଷକ ସମ୍ପର୍କ ମେଳା ଓ ସଚେତନତା ଶିବିର ଅନୁଷ୍ଠିତ

 କୃଷକ ସମ୍ପର୍କ


ମେଳା ଓ ସଚେତନତା ଶିବିର ଅନୁଷ୍ଠିତ


ଖଣ୍ଡପଡା( ମଣିଭଦ୍ରା ଖବର) ଗାଡିଆସାହି ପଞ୍ଚାୟତ ଅଧୀନ ସରପୋଖରୀ ଗ୍ରାମର ଶ୍ରୀ ବଟେଶ୍ୱର ଦେବଙ୍କ ପୀଠ ପରିସରରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମୃତ୍ତିକା ରସାୟନବିତ ଲଲାଟେନ୍ଦୁ ମହାପାତ୍ର, ନୟାଗଡ ଜିଲ୍ଲା କୃଷି କାର୍ଯ୍ୟାଳୟର ଯୋଜନା ଅଧିକାରିଣୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ପାତ୍ର, ଖଣ୍ଡପଡା ଓ ଭାପୁର ବ୍ଲକ କୃଷି ଅଧିକାରୀ ଭବାନୀ ଶଙ୍କର ମିଶ୍ର, ବିରଞ୍ଚି ନାରାୟଣ ମଙ୍ଗରାଜ, ଜିଲ୍ଲା ପରିଷଦ ଉପାଧକ୍ଷା ବିଷ୍ନୁପ୍ରିୟା ବେହେରା, ଚନ୍ଦନବାଳା ରାଉତ, ରଶ୍ମିତା କୁମାରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ଚାଷ ଜମିରେ ସାର ବଦଳରେ ଜୈବିକ ଖତ ଜମିରେ ପ୍ରୟୋଗ କରିବା ଦ୍ୱାରା ଚାଷୀ ମାନେ ଲାଭବାନ ହେବା ସହ ଜମିର ଉର୍ବରତା ବୃଦ୍ଧି ପାଇବ ବୋଲି ଅଧିକାରୀ ମାନେ ମତ ରଖିଥିଲେ l ସରକାର କୃଷକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ମାନେ ସୂଚନା ପ୍ରଦାନ କରିଥିଲେ l କୃଷି ବିଭାଗର ଅଧିକାରୀ ମିଲନ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଖଣ୍ଡପଡା ବ୍ଲକ ଅଧିନ 22 ଟି ପଞ୍ଚାୟତର ଲୋକପ୍ରତିନିଧିଙ୍କ ସମେତ 200ରୁ ଉର୍ଦ୍ଧ କୃଷକ ଯୋଗ ଦେଇଥିଲେ l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS