BREAKING
Loading...
:

ରାତ୍ର କାଳୀନ କ୍ରିକେଟ୍ ଟୁର୍ଣାମେଣ୍ଟ, ରଙ୍ଗଣୀ ପାଟଣା ବିଜୟୀ

 ରାତ୍ର କାଳୀନ କ୍ରିକେଟ୍ ଟୁର୍ଣାମେଣ୍ଟ, ରଙ୍ଗଣୀ ପାଟଣା ବିଜୟୀ




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ଜୋନେକ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ  ହୋଇଯାଇଛି।   


 ବହାଡ଼ାଝୋଲା ସରପଞ୍ଚ ଙ୍କ ପ୍ରତିନିଧି  ମନୋଜ କୁମାର ସେଠୀ , ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି , ବ୍ଲକ ଯୁବ ବିଜେଡ଼ି ଉପସଭାପତି ସଂଜୀଵ କୁମାର ଡାକୁଆ , ବହାଡ଼ାଝୋଲା ବିଜୁ ଯୁବ ଜନତା ଦଳ ସଭାପତି ସୁଶାନ୍ତ କୁମାର ପଢ଼ିଆରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।  ଏହି ଟୁର୍ଣାମେଣ୍ଟ ୮ ଟି ଟିମ୍ କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍ ରଙ୍ଗଣି ପାଟଣା ଏବଂ ବାହାଡ଼ ଝୋଲା କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ୬ ଓଭରରେ ରଙ୍ଗ ଣି ପାଟଣା କ୍ରିକେଟ୍ ଟିମ୍ ୪୫ ରନ୍ କରିଥିବା ବେଳେ ବହାଡ ଝୋଲା କ୍ରିକେଟ୍ ଟିମ୍ ୬ ଓଭରରେ ୨୫ ରନ୍ ସଂଗ୍ରହ କରି ମ୍ୟାଚ୍ ରେ ପରାଜୟ ହୋଇଥିଲା।ବିଜୟୀ ଓ ପରାଜିତ ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଆୟୋଜକ କମିଟି ମୁଖ୍ୟ ତଥା ନୂଆଗାଁ ବ୍ଲକ ଯୁବ ବିଜେଡି ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS