BREAKING
Loading...
:

କ୍ରିକେଟ୍ ଖେଳି ଖେଳାଳିଙ୍କୁ ଉତ୍ସାହିତ କଲେ ଦଶପଲ୍ଲା ବିଧାୟକ

 କ୍ରିକେଟ୍ ଖେଳି ଖେଳାଳିଙ୍କୁ ଉତ୍ସାହିତ କଲେ ଦଶପଲ୍ଲା ବିଧାୟକ 




ନୂଆଗାଁ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ହାଇସ୍କୁଲ ପଡ଼ିଆରେ ମା ଲୀଳାବତୀ କ୍ରିକେଟ୍ କ୍ଳବ୍ ଆନୁକୁଲ୍ୟରେ ଖଣ୍ଡୁଗାଁ ପ୍ରିମିଅର ଲିଗ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ   ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚ ଟି ଦେଉଳି ଏବଂ କ୍ରୀଦାଶ ପୁର କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଦେଉଳି କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା।ଜବାବରେ କ୍ରୀଦାଶ ପୁର କ୍ରିକେଟ୍ ଟିମ୍ ୨୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୧ ରନ୍ କରି ମ୍ୟାଚ୍ ରେ ପରାଜୟ ହୋଇଥିଲା।ଏହି ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବ୍ୟାଟିଂ କରିବା ସହ  ସୁସ୍ଥ ଶରୀର ଗଠନରେ କ୍ରୀଡା ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ। ତତ୍ ସହିତ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସରପଞ୍ଚ ସସ୍ମିତା ମଳିକ,ସମିତି ସଭ୍ୟା ମମତା ପାଳ,ପଞ୍ଚାୟତ ବିଜେଡ଼ି ସଭାପତି ଦୀପକ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS